March 8, 2026

ଭାରତୀୟ ଜନତା ଯୁବମୋର୍ଚ୍ଚା ନୀଳଗିରି ତରଫରୁ ନୀଳଗିରି ରେ ରାହୁଲ ଗାନ୍ଧୀ,ଭକ୍ତ ଚରଣ ଦାସ ଓ ଉଦିତ ପ୍ରଧାନ ଙ୍କ କୁଶପୁତ୍ତଳିକା ଦାହ,,

IMG-20250724-WA0000
Share

ଭାରତୀୟ ଜନତା ଯୁବମୋର୍ଚ୍ଚା ନୀଳଗିରି ତରଫରୁ ନୀଳଗିରି ରେ ରାହୁଲ ଗାନ୍ଧୀ,ଭକ୍ତ ଚରଣ ଦାସ ଓ ଉଦିତ ପ୍ରଧାନ ଙ୍କ କୁଶପୁତ୍ତଳିକା ଦାହ,,
( ଦେବାଶିଷ ଦାଶ ‌କ୍କ ରିପୋର୍ଟ )
ବାଲେଶ୍ବର ଜିଲ୍ଲା‌ ନୀଳଗିରି ରେ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ନୀଳଗିରି ତରଫରୁ କଂଗ୍ରେସର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ,ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଓ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ କୁଶପୁତ୍ତଳିକା ଦୁର୍ଗମଣ୍ଡପଠାରେ ଦାହ କରାଯାଇଅଛି.ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଏବେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରି ଜେଲରେ ଅଛନ୍ତି.କଂଗ୍ରେସ ମହିଳା ସୁରକ୍ଷାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ଆଜି ରାଜ୍ୟ କଂଗ୍ରେସ ସଭାପତି ଓ ରାହୁଲ ଗାନ୍ଧୀ ନିରବ କାହିଁକି..?
ରାଜ୍ୟ କଂଗ୍ରେସ ସଭାପତି ଓ ରାହୁଲ ଗାନ୍ଧୀ ଏହା ପାଇଁ ଦାୟୀ ରହିବେ କି ନାହିଁ…?
ଏହି ଘଟଣା ପରେ କଂଗ୍ରେସର ମହିଳା ସୁରକ୍ଷା ଉପରେ ପ୍ରଶ୍ନ କରିବାର କୌଣସି ନୈତିକ ଅଧିକାର ଅଛି କି…?
ଏହାର ପ୍ରତିବାଦରେ ଯୁବମୋର୍ଚ୍ଚା ତରଫରୁ ସେମାନଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ ଏବଂ କୁଶପୁତ୍ତଳିକା ଦାହ କରାଯାଇଅଛି. ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଦେବାଶିଷ ଆଚାର୍ଯ୍ୟ,ନୀଳଗିରି ନଗର ସଭାପତି ସୂର୍ଯ୍ୟକାନ୍ତ ବିଶ୍ୱାଳ,ବିଜେପି ଜିଲ୍ଲା ସମ୍ପାଦକ ସମର ଶଙ୍କର କାନୁନଗୋ,ଶୁଭ୍ରାଂଶୁ ନନ୍ଦ,ଗୋପୀବଲ୍ଳଭ ରାଉତ, ସନ୍ତୋଷ ମହାପାତ୍ର,ଆନନ୍ଦ ମିଶ୍ର,ଚନ୍ଦ୍ରଶେଖର ମହାଳିକ,ପରେଶ ପରିଡା,ଜୟନ୍ତ ପାତ୍ର,ଅଜିତ,ମିଟୁ,ଦିବ୍ୟଯୋତି,ଲୋକ ପ୍ରମୁଖ ଉପସ୍ଥିତ ଥିଲେ.