ମା ସାରଳା ଭାଗବତ ପ୍ରଚାର ସମିତି ର ଦଶମବାର୍ଷିକ ମହୋତ୍ସବ ଉଦଘାଟିତ
ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା
ମା ସାରଳା ଭାଗବତ ପ୍ରଚାର ସମିତି ର ଦଶମବାର୍ଷିକ ମହୋତ୍ସବ ଉଦଘାଟିତ ଝଙ୍କଡ଼ ତା ୨୪/୭/୨୦୨୩ ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ସାରଳା ଠାକୁରାଣୀ ଙ୍କ ମନ୍ଦିର ବେଢ଼ାରେ, ଗତ ସୋମବାର ଦିନ ସନ୍ଧ୍ୟାରେ ମା ସାରଳା ଭାଗବତ ପ୍ରଚାର ସମିତି ର ଦଶମ ବାର୍ଷିକ ମହୋତ୍ସବ ଉପଲକ୍ଷେ ସପ୍ତଦିବସ ବ୍ୟାପି ଶ୍ରୀମଦ୍ ଭାଗବତ ପରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଘାଟିତ ହୋଇଯାଉଛି। ରାଷ୍ଟ୍ରୀୟ ଶ୍ରୀ ଜଗନ୍ନାଥଙ୍କ ମହିମା ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଏହି ମହାନ ଆଧ୍ୟାତ୍ମିକ ସାରସ୍ଵତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ତାଙ୍କ ସହିତ ସାରଳାମନ୍ଦିରର ପରିଚ୍ଛା ପଣ୍ଡିତ ସୁଦାମ ଚରଣ ପଣ୍ଡା , ଅନୁଷ୍ଠାନର ସଭାପତି ଇଞ୍ଜିନିୟର ବିଷ୍ଣୁଚରଣ ସ୍ୱାଇଁ , ସମ୍ପାଦକ କ୍ଷୀରୋଦ କୁମାର ରାଉଳ, ବିନାୟକ ପଟ୍ଟନାୟକ , ପଣ୍ଡିତ ଅଭୟ କୁମାର ଦାଶ , ବରିଷ୍ଟସେବାୟତ ବିଶ୍ବରଂଜନ ରାଉଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ । ସମିତିର ମାର୍ଗଦର୍ଶକ ତଥା ଧାରାବାହିକ ପ୍ରବଚକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ କହିଲେଯେ, ପରମବୈଷ୍ଣବୀ ଭଗବତୀ ମା ସାରଳା ଠାକୁରାଣୀ ଙ୍କ ପୀଠସ୍ଥଳୀ ରେ ଏହି ଭାଗବତ ପ୍ରଚାର କାର୍ଯ୍ୟକ୍ରମ ଝଙ୍କଡ଼ ଅଞ୍ଚଳ ର ଅଧିବାସୀ ମାନଙ୍କ ମଧ୍ୟରେ ଏକ ପବିତ୍ର ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଆସିଅଛି। ଭାଗବତ ର ପଠନ, ଶ୍ରବଣ ଓ ଅନୁଶୀଳନ ଦ୍ଵାରା ଆମ ସମାଜରେ ସଂସ୍କାର ଆସିବାସହିତ, ପ୍ରତ୍ୟେକବ୍ୟକ୍ତିର ଜୀବନଧାରା ରେ ମଧ୍ଯ ଅହେତୁକ ପରିବର୍ତ୍ତନ ଆଣିଥା ଏ। ପଣ୍ଡିତ ଦେବୀପ୍ରସାଦ ତ୍ରିପାଠୀ ନିମନ୍ତ୍ରିତ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ, ରମେଶ ଚନ୍ଦ୍ର ରାଉଳ , ଦେବୀପ୍ରସାଦ ରାଉଳ , ହରେକୃଷ୍ଣ ରାଉଳ , ବିଳାସ ଚନ୍ଦ୍ର ବେହେରା , ହରେକୃଷ୍ଣ ନାୟକ , ତ୍ରିଲୋଚନ ରାଉଳ , ଅଲେଖଚନ୍ଦ୍ର ନାୟକ ଓ ରମାକାନ୍ତ ରାଉଳ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବାକ୍ଷେତ୍ର ରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା