March 9, 2026

ବୁଗୁଡ଼ା ଅଦାଲତର ୧୪ତମ ପ୍ରତିଷ୍ଠା ଦିବସ ପାଳିତ

IMG-20230724-WA0045
Share

ବୁଗୁଡ଼ା ଅଦାଲତର ୧୪ତମ ପ୍ରତିଷ୍ଠା ଦିବସ ପାଳିତ
ବୁଗୁଡ଼ା :ତା ୨୪/୦୭/୨୩ : ବୁଗୁଡ଼ା ସ୍ଥିତ ଜେଏମଏଫସି କୋର୍ଟର ୧୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି l ଓକିଲ ସଙ୍ଘ ସଭାପତି ହରପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ଅଦାଲତର ବିଚାରପତି ପରିଣିତା ନାୟକ, ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବାର୍ ଆସୋସିଏସନର ବରିଷ୍ଠ ଓକିଲ ଶିଶିର କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଓଡିଶା ରାଜ୍ୟ ବାର କାଉନସିଲ ମେମ୍ବର ପୀତବାସ ପଣ୍ଡା, ଆସ୍କା ଓକିଲ ସଙ୍ଘ ସଭାପତି ରବୀନ୍ଦ୍ର ଶର୍ମା, ଭଞ୍ଜନଗର ଓକିଲ ସଙ୍ଘ ସଭାପତି ଅଭିମନ୍ୟୁ ଗୌଡ଼ ପ୍ରମୁଖ ଯୋଗଦେଇ ଥିଲେ l ଓକିଲ ରାଜ କିଶୋର ଦାଶ ବେଦ ପାଠ, ମାନସ ହୋତା ପ୍ରାରମ୍ଭିକ ସଂଗୀତ ଓ ଜୀବନ ସଂଗ୍ରାମ ହୋତା ଅନ୍ତିମ ସଂଗୀତ ଗାନ କରିଥିଲେ l ଓକିଲ ସଙ୍ଘ ଉପ ସଭାପତି ଅନିଲ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଅମର ପଟ୍ଟନାୟକ ବିବରଣୀ ପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ l ଉତ୍ସବରେ ଓକିଲ ସଙ୍ଘ କର୍ମକର୍ତ୍ତା, ସଦସ୍ୟ, ବରିଷ୍ଠ ନାଗରିକ ଟ୍ରଷ୍ଟର କର୍ମକର୍ତ୍ତା, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହିଥିଲେ l