ଗଛ ପାଇଁ ଗଲା ମହିଳାଙ୍କ ଜୀବନ, ସ୍ୱାମୀ,ଦୁଇ ଝିଅ ଆହାତ ——

ଗଞ୍ଜାମ(ପ୍ରଦୀପ କୁମାର ପଣ୍ଡା)
ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ୧୧ ନମ୍ବର ୱାର୍ଡ ରେ ବିଦ୍ୟୁତ ସଂସ୍ପର୍ଶ ରେ ଆସି
ଜୈନେକ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଓ ଦୁଇ ଝିଅ ଆହାତ ହୋଇଥିବା ଜଣାପଡିଛି।ମୃତକ ମହିଳା ଜଣଙ୍କ ହେଲେ ଆର. ନାରାୟଣ ରେଡି ଙ୍କ ପତ୍ନୀ ଆର. ଦମୟନ୍ତୀ ରେଡି (୫୦)ଆହାତ ମାନେ ହେଲେ ସ୍ୱାମୀ ନାରାୟଣ ରେଡି(୬୨),ଦୁଇ ଝିଅ ବାସନ୍ତି ରେଡି ଓ ଶକ୍ତମୟୀ ରେଡି (୨୪)l ଖବର ନେବାରେ ଜଣାପଡିଛି ଅପରାହ୍ନ ୪ଟା ସମୟରେ ଘର ସମ୍ମୁଖରେ ରହିଥିବା ଏକ ସଜନା ଗଛ ର ଡ଼ାଳ
ହାଣୁଥିବା ବେଳେ ଉପରେ ଡାଳ ଖସିପଡିଥିଲା।ବିଦ୍ୟୁତ ତାର ଟି ଛିଡି ପଡିଥିଲା।ଫଳରେ ଗଛ ଡ଼ାଳ ସହ ବିଦ୍ୟୁତ ତାର ମହିଳା ଙ୍କ ବେକରେ ପଡିଯାଇଥିବା ବେଳେ ପରିବାର ର ଅନ୍ୟ ସଦସ୍ୟ ମାନେ ଉକ୍ତ ସଜନା ଡ଼ାଳ ରେ ଲାଗିଯାଇଥିଲେ।ଏହା ଦେଖି ସ୍ଥାନୀୟ ଯୁବକ ମାନେ ଉପସ୍ଥିତ ବୁଦ୍ଧି ଖଟାଇ ବାଉଁଶ ସାହାଯ୍ୟରେ ସେମାନଙ୍କୁ ଗଛ ଡ଼ାଳ ଓ ବିଦ୍ୟୁତ ତାରରୁ ଅଲଗା କରିଥିଲେ।ଅଞ୍ଚଳବାସୀ ୧୦୮ ଆମ୍ବୁଲାନ୍ସ କୁ କଲ କରିଥିଲେ ଆସିଥିଲା।ଯାହାକୁ ନେଇ ସ୍ଥାନୀୟ ଯୁବକ ମାନେ ସେମାନଙ୍କୁ ଗଞ୍ଜାମ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇ ଥିଲେ।ସେଠାରୁ ଦମୟନ୍ତୀ ଓ ବଡ଼ ଝିଅ ବାସନ୍ତୀ ଙ୍କୁ ଛତ୍ରପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଥିଲା।ଡାକ୍ତର ସେଠାରେ ଦମୟନ୍ତୀ ଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମେଡ଼ିକାଲ ରେ ପହଞ୍ଚି ମୃତକ ପରିବାର କୁ ଆଶ୍ୱାସନା ଦେବା ସହ
ଗୁରୁତ୍ତର ବଡ଼ ଝିଅ ର ଅବସ୍ଥା
ସଂକଟାପର୍ଣ୍ଣ ରହିଥିବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ ପଠାଇବା ବ୍ୟବସ୍ଥା କରିବା ସହ ଶବ ବ୍ୟବଛେଦ ପାଇଁ ସହଯୋଗ କରିଥିଲେ।ପୁରୁଣା ବିଦ୍ୟୁତ ତାର ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ର ରେ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ନଥିବାରୁ ଅଞ୍ଚଳ ବାସୀ ଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
