କୂଅରେ ଗଳି ପଡ଼ିଲା ହାତୀ ..
ରାସଗୋବିନ୍ଦପୁର (ବିଭୂତି ରାଉତ)ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ରାସଗୋବିନ୍ଦପୁର ବ୍ଲକ ର ଝାଟିଗଡା ପଞ୍ଚାୟତ ର ହରିଣାଶୋଳ ଗ୍ରାମର ଟିଆଖାଳି ଠାରେ ୧୪ ଟିକିଆ ହାତୀ ପଲ ଥିବା ବେଳେ ଗତକାଲି ରାତିରେ ଜଣଙ୍କ ଘର ପଛପଟେ ଥିବା ଏକ କୂଅ ରେ ଗଳି ପଡ଼ିଥିଲା । ତେବେ ଉକ୍ତ ହାତୀ ପଲ ମଧ୍ୟରୁ ଗୋଟିଏ ହାତୀ ଏକ କୂଳରେ ପଡ଼ି ଚିତ୍କାର କରି ରଡି ଛାଡିବାରୁ ଗାଁ ପାଖ ଲୋକେ ଆସି ଦେଖିଲା ବେଳକୁ କୂଅ ଚାରି ପାଖରେ ହାତୀ ପଲ ଘେରି ରହିଛନ୍ତି । ଲୋକେ ସଙ୍ଗେ ସଙ୍ଗେ ବନବିଭାଗ କୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଂଚି ଏକ ଜେସିବି କୁ ଡ଼କାଇଥିଲେ । ତେବେ ହାତୀ ପଲ କୂଳ ମୂଳରୁ ଯିବାର ନା ଧରୁନଥିବା ବେଳେ ବନବିଭାଗ ପକ୍ଷ ରୁ ଲାଇଟ୍ ମାରିବା ର ବହୁ ସମୟ ପରେ ହାତୀ ପଲ ଦୂରକୁ ଯିବା ପରେ ଜେସିବି ସାହାଯ୍ୟ ରେ କୂଅ ଗୋଟିଏ ପାଖକୁ ତାଡି ବାଟ କରିବା ପରେ ୮ ବର୍ଷ ର ହାତୀ କୂଅ ରୁ ବାହାରି ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ସୂଚନା ଦେଇଛନ୍ତି ରେଞ୍ଜର ଘନଶ୍ୟାମ ସିଂ ।
