June 23, 2026

ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କୁ ଗିରଫ କରାଯାଇଛି।

IMG-20230624-WA0034
Share

ଭଦ୍ରକ,,

ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କୁ ଗିରଫ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଜୟନ୍ତୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଚଢ଼ାଉ ପରେ ଜୟନ୍ତୀଙ୍କ ୧୪୫ ପ୍ରତିଶତରୁ ଅଧିକ ଆୟ ବହିର୍ଭୂତ ସଂପତ୍ତି ଥିବା ଜଣାପଡିଥିଲା । ଗତକାଲି ଭୁବନେଶ୍ବର, ବାଲେଶ୍ଵର ଓ ଭଦ୍ରକର ୧୧ଟି ସ୍ଥାନରେ ଚଢାଉ କରି ଜୟନ୍ତୀ ବେହେରାଙ୍କ ଅମାପ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ । ୧ କୋଟି ୬୧ ଲକ୍ଷ ଟଙ୍କାରୁ ଅଧିକ ଜମା ଜବତ ହୋଇଥିଲା । ଏହା ସହ ନଗଦ ୨ ଲକ୍ଷ ୭୯ ହଜାର ଟଙ୍କା ବି ଜବତ କରିଥିଲା ଭିଜିଲାନ୍ସ ।

You may have missed