ବାଲେଶ୍ୱରର ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହେଲା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବାଲେଶ୍ଵର: ବାଲେଶ୍ୱରରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜିଲ୍ଲା ସଭାପତି ସିମନ ଦାସ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏହି ଶିବିରକୁ ଉଦଘାଟନ କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ପ୍ରତି ବାଲେଶ୍ୱର ଜିଲ୍ଲାରେ ଦେଖାଦେଉଥିବା ରକ୍ତର ଅଭାବ ପୂରଣରେ ବିଜୁ ଛାତ୍ର ଜନତା ଦଳ ଭଳି ସଂଗଠନଙ୍କ ପ୍ରୟାସ ବେଶ ପ୍ରଶଂସନୀୟ ତଥା ପ୍ରେରଣାଦାୟୀ ବୋଲି ସେ କହିଥିଲେ । ଜିଲ୍ଳା ପରିଷଦ ସଭାପତି ନାରାୟଣ ପ୍ରଧାନ, ବାଲେଶ୍ଵର ପୌରଧ୍ୟକ୍ଷା ସବିତା ସାହୁ, ବାଲେଶ୍ଵର ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ସଭାପତି ସୂର୍ଯ୍ୟକାନ୍ତ କର, ଯୁବ ସଂଗଠକ ସାହିରୁଲ ହକ, ଭାଗବତ ସାହୁ , ଅସିତ୍ ଦାସ, ଅନିରୁଦ୍ଧ ପ୍ରଧାନ, ଇନ୍ତେକାବ୍ ଅଲି ଖାନ, ଶ୍ରୀମନ୍ତ ମାଝୀ, ସମାଜସେଵୀ ଆଶ୍ରିତା ତରେଇ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଓମପ୍ରକାଶ ମହାପାତ୍ର, ସୀମନ ସାମଲ, ସାମାଜିକ କର୍ମୀ ହ୍ରିତିକ ନାୟକ, ସୁଶୀଲ ପଣ୍ଡା ପ୍ରମୁଖ ଏଥିରେ ଯୋଗ ଦେଇ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ସମ୍ପ୍ରତି ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତା ପୂରଣରେ ଏହିଭଳି ଶିବିର ଆୟୋଜନ ବେଶ ସହାୟକ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ। ବିଜୁ ଛାତ୍ର ଜନତା ଦଳର ଛାତ୍ର ନେତା ଗଜେନ୍ଦ୍ର ନାୟକ ଏଥିରେ ଉପସ୍ଥିତ ରହି ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଶିବିରରେ ବାଲେଶ୍ଵର ସ୍ଥାନୀୟ ଅଂଚଳର ବହୁ ଯୁବକ ଯୁବତୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଜିଲ୍ଲା ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ନରୋତ୍ତମ ଦାସ, ଚିନ୍ମୟ ମହାନ୍ତି, ଜୀବନ ସଂଗ୍ରାମ ମିଶ୍ର, ଶୁଭମ ନାୟକ, ସୁରଜ ସାହୁ, ଜାକବ ସିଂ, ଦେବରାଜ ଦେ, ମୋନାଲିସା ମହାନ୍ତି, ଅମିତ ମହାନ୍ତି, ପ୍ରିତମ ସ, ଜୁବେର ଅଲି, ଓମକାର ରାଜ, ଓମକାର ନାୟକ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।