May 25, 2025

ଛତ୍ରପୁର ବ୍ଲକ ର ବିଭିନ୍ନ ଗ୍ରାମ ପଂଚାୟତ ରେ ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା 

Share

       (ଅରୁଣ କୁମାର ପଣ୍ଡା)ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳ ଗାଁ ଗ୍ରାମ ପଂଚାୟତ ର ନନ୍ଦ ପଣ୍ଡା ପଲି, ରୁକୁଣିଗାଁ, ଭାଗିରଥି ପୁର, ଦିବ୍ୟସିଂହ ପୁର, ନିମପଲି, ମହାନାଦପୁର ପଂଚାୟତ ର ଖୁରୀ ଗାଁ, ବିରିପୁର, ସିଙ୍ଗିପୁର, ମାଧପୁର ପଂଚାୟତ ର ମାଧପୁର, ବରଙ୍ଗ, ଗୋବା, ରଙ୍ଗମାଟିଆ, ପୋଟଲମପୁର ପଂଚାୟତ ର ଗଙ୍ଗାପୁର, ମୁନସିପେଣ୍ଠ, ଓ ଚିକଲଖଣ୍ଡି ପଂଚାୟତ ର ଚିକଲଖଣ୍ଡି, ବାସନାପଲି ଆଦି ଗ୍ରାମକୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱ ରେ ଅପରେସନ ସିନ୍ଦୁର ପାଇଁ ପରାକ୍ରମ ଶୋଭାଯାତ୍ରା ପାଇଁ ବାଇକ ରାଲି ଅନୁଷ୍ଠିତ ହୋଇଥିଲା ଏହି ରାଲି ଭାରତୀୟ ସୈନ୍ୟ ବାହିନୀ ର ମନୋବଳ ବୃଦ୍ଧି ପାଇଁ ଭାରତ ର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ କରାଯାଉଛି ରାଲି ରେ ଲୋକ ମାନେ ସ୍ୱତପ୍ରତ ଭାବେ ଯୋଗ ଦେଉଛନ୍ତି ଏହି ରାଲିରେ ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ଯୁବ ନେତା ବନଜ ନାହାକ, ବିଜେପି ଜିଲ୍ଲା ସମ୍ପାଦକ ପଦ୍ମ ସାହୁ, ବିଜେପି ନେତା ପ୍ରଶାନ୍ତ ନାୟକ, ଭିକାରି ପଲି ମଣ୍ଡଳ ସଭାପତି ପଦ୍ମ ପରିଡା,ବଉଳ ଗାଁ ସମିତି ସଭ୍ୟ ରାମ ଚନ୍ଦ୍ର ପରିଡା, ବିଜୟ ମୁଦୁଲି, ବିଜୟ ପରିଡା, ସୁରେଶ ମିଶ୍ର, ମହାନାଦପୁର ପୂର୍ବତନ ସରପଞ୍ଚ ଅଶୋକ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ s କିଶୋର ରେଡ୍ଡୀ, ଅଜିତ ସ୍ୱାଇଁ, ଶିବ ସେଠି, ରବି ନାହାକ, ଗୋବା ର ଯୁବ ନେତା ସୁଧୀର ସ୍ୱାଇଁ ଙ୍କ ସହ ବିଭିନ୍ନ ପଂଚାୟତ ର ଶତାଧିକ ବିଜେପି କର୍ମୀ ଓ ସାଧାରଣ ଲୋକ ଏହି ବାଇକ ରାଲିରେ ଯୋଗ ଦେଇଥିଲେ