June 26, 2024

ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର….

Share

 

ବେଲଗୁଣ୍ଠା,24/05,ଗୁରୁବାର ରାତିରେ କୌଣସି ଅଜଣା ଗାଡ଼ି ଧକ୍କାରେ ବେଲଗୁଣ୍ଠା ବ୍ଳକ୍ ଗୋବରା ନିକଟସ୍ଥ ମରାଇପାଟ ଗ୍ରାମର ବାବାଜୀ ଗୌଡ଼ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ ରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଗତକାଲି ରାତିରେ ବାବାଜୀ ଗୋବରା ମୁଖ୍ୟ ସଡକ ପାର୍ଶ୍ୱରେ ଥିବା ନାୟାରା ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ୍ ପକାଇ ନିଜ ମୋଟରସାଇକେଲ୍ ରେ ଘରକୁ ଫେରୁଥିବା ସମୟରେ ପୁଟବନ୍ଧ ନିକଟରେ ତାଙ୍କୁ କୌଣସି ଅଜଣା ଗାଡ଼ି ଧକ୍କା ଦେଇଥିଲା I ଫଳରେ ବାବାଜୀ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ I ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା I ସ୍ଥାନୀୟ ଲୋକେ ବାବାଜୀଙ୍କୁ ଉଦ୍ଧାର କରି ପ୍ରଥମେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ଡ଼ାକ୍ତର ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଦେଇଥିଲେ I ବର୍ତ୍ତମାନ ବାବାଜୀଙ୍କ ସ୍ୱାସ୍ଥ୍ଯାବସ୍ଥା ସ୍ଥିର ଥିବା ଜଣାପଡ଼ିଛି I

( ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)