June 17, 2024

ନିମାପଡା ରେ ପ୍ରଭାତୀଙ୍କ ପ୍ରତି ଜନସାଧାରଣଙ୍କ ସୁଅ ଛୁଟୁଛି, ଗୋପରେ ଶତାଧିକ ବିଜେପି କର୍ମୀଙ୍କୁ ନେଇ କରିଲେ ବାଇକ ଶୋଭାଯାତ୍ରା …

Share

2024 ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିମାପଡା ଗୋପ ନିର୍ବାଚନ ମଣ୍ଡଳୀ ରେ ବିଜେପି ବିଧାୟିକା ପ୍ରାର୍ଥୀନୀ ପ୍ରଭାତୀ ପରିଡାଙ୍କ ପ୍ରତି ଜନ ସମର୍ଥନ ର ସୁଅ ଛୁଟିଛି l ଆଜି ଗୋପ ଗ୍ରାମ ପଞ୍ଚାୟତ ଏବଂ ବେଦପୁର ଗ୍ରାମପଞ୍ଚାୟତ ରେ ପ୍ରଭାତୀ ଦୁଇଶହରୁ ଉର୍ଦ୍ଧ ବିଜେପି ସମର୍ଥକ ଙ୍କୁ ନେଇ ଏକ ବାଇକ ଶୋଭାଯାତ୍ରା ରେ ଦୁଇ ପଞ୍ଚାୟତ ର ପ୍ରତ୍ୟେକ ଗ୍ରାମକୁ ଯାଇଥିଲେ l ପ୍ରତି ଗାଁ ରେ ପ୍ରଭାତୀଙ୍କୁ ମହିଳା ଓ ପୁରୁଷ ମାନେ ଫୁଲମାଳ ପକାଇ ଦୁବଚାଉଳ ପକାଇ ସ୍ୱାଗତ କରିଥିଲେ l ପ୍ରଭାତୀ ମଧ୍ୟ ବୟସ୍କ ମା ଓ ବାପା ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ l ଏହି କାର୍ଯ୍ୟକ୍ରମ ରେ ପ୍ରଭାତୀଙ୍କ ସହିତ ଗୋପ ବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ, ଏଗାର ନମ୍ବର ଜୋନ ଜିଲ୍ଲାପରିଷଦ ପ୍ରମୋଦ କୁମାର ରାୟଙ୍କ ସହିତ ଦଳର ବରିଷ୍ଠ ସଦସ୍ୟ ମାନେ ଯୋଗଦେବା ସହିତ ପ୍ରତି ପଞ୍ଚାୟତ ର ସରପଞ୍ଚ ସମିତିସଭ୍ୟ ଓ ୱାର୍ଡ ସଭ୍ୟମାନେ ଯୋଗଦେଇ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସାଧାରଣ ଜନତାଙ୍କୁ ନିବେଦନ କରିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)

You may have missed