March 11, 2026

କମ୍ୟୁନିଷ୍ଟ ନେତା ଏନ. ନାରାୟଣ ରେଡ୍ଡୀଙ୍କୁ ଶୁଭେଚ୍ଛା ଜଣାଇଲେ ଅବନୀ ଗୟା….

2pl
Share

 

ବ୍ରହ୍ମପୁର, ଆଜୀବନ କାରାଦଣ୍ଡ ଭୋଗୁଥିବା ଛତ୍ରପୁରର ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀଙ୍କୁ ଆନ୍ତରୀଣ ଜାମିନ ମିଳି ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିଛନ୍ତି l ଟାଟା ଷ୍ଟିଲ ପ୍ଲାଣ୍ଟ ନାଁ ରେ ଜବରଦସ୍ତ ଜମି ଓ ଭିଟାମାଟିରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ବେଦଖଲ କରିବା ବିରୁଦ୍ଧରେ ଗଣ ସଂଗ୍ରାମ ସମିତି ଲଢେଇ କରିଥିଲା l ଗ୍ରାମବାସୀଙ୍କ ଭୂମି ଅଧିକାରକୁ ସାବ୍ୟସ୍ତ କରିବା ଓ ସେମାନଙ୍କୁ ତାଙ୍କ ହକ ଦେବାପାଇଁ ଏନ.ନାରାୟଣ ରେଡ୍ଡୀ ଏହି ଗଣତାନ୍ତ୍ରିକ ଆନ୍ଦୋଳନର ନେତୃତ୍ୱ ନେଉଥିଲେ l ଜମି ସମ୍ପୂର୍ଣ ଭାବେ ଟାଟା ଅଧୀନରେ ଥିଲେ ବି ଆଜି ଟାଟା କମ୍ପାନୀ ପ୍ଲାଣ୍ଟ କରିବା ନାମ ଧରୁନାହିଁ l ଏଣୁ ଜମି ହାତେଇବା ପାଇଁ କମ୍ପାନୀ ମାନଙ୍କ ଷଡଯନ୍ତ୍ରକୁ ଜନଗଣ ବୁଝିବା ଆବଶ୍ୟକ ଓ ସରକାର ନିଜସ୍ୱ ଉଦ୍ୟମ ନେଇ କାରଖାନା ପ୍ରତିଷ୍ଠା ପାଇଁ ଆଗକୁ ଆସିବା ଦରକାର l ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବୀ ଅବନୀ ଗୟା ଏନ.ନାରାୟଣ ରେଡ୍ଡୀଙ୍କୁ ତାଙ୍କ ଛତ୍ରପୁର ବାସଭବନରେ ସାକ୍ଷାତ କରି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ବର୍ତମାନର କେନ୍ଦ୍ରର ଫାସିବାଦୀ ସରକାରକୁ ପରାସ୍ତ କରିବାପାଇଁ ସମସ୍ତ ବାମପନ୍ଥୀ ଦଳଙ୍କୁ ଏକ ମିଳିତ ପ୍ଲାଟଫର୍ମରେ ଏକାଠି ହେବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ l(ନୁରୁଲ୍ ମଲ୍ଲିକ)