April 24, 2026

କୋଟପାଡ଼ ବ୍ଲକ ଭନସୁଳି ପଞ୍ଚାୟତ ରେ ସୂଚନା ଆଇନ ର ଖୋଲା ଉଲଙ୍ଘନ….

kumkum
Share

 

କୋରାପୁଟ, କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଭନସୁଲି ଗ୍ରାମ ପଞ୍ଚାୟତରେ ସୂଚନା ଅଧିକାର ଆଇନକୁ ଖୋଲା ଉଲଙ୍ଗନ କରାଯାଉଥିବା ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ ସମାଜ ସେବୀ ଶ୍ରୀ ହରିଶ କୁମାର ପଟ୍ଟନାୟକ ଉକ୍ତ ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ସମ୍ପର୍କିତ ତଥ୍ୟ ପାଇବା ପାଇଁ ଗତ ନଭେମ୍ବର ମାସ ଆଠ ତାରିଖ ରେ ଆବେଦନ କରିଛନ୍ତି।କିନ୍ତୁ ଏ ପର୍ଯ୍ୟନ୍ତ ପାଇଁ ନାହାନ୍ତି ସୂଚନା।ନିୟମ ଅନୁସାରେ ୩୦ଦିନ ଭିତରେ ସୂଚନା ମିଳିବାର କଥା ଅର୍ଥାତ ଡିସେମ୍ବର ଆଠ ତାରିଖ ସୁଦ୍ଧା ଆବେଦନ କାରି ସୂଚନା ପାଇବା କଥା କିନ୍ତୁ ଏକ ମାସ ରୁ ଉର୍ଦ୍ଧ ଦିନ ହେଲେ ସୁଦ୍ଧା ମିଳୁନାହିଁ ସୂଚନା।ଇତି ମଧ୍ୟରେ ସମ୍ପୃକ୍ତ ଜନ ସୂଚନା ଅଧିକାରୀ ଙ୍କୁ ସାକ୍ଷାତ
କରିଛନ୍ତି କିନ୍ତୁ ସେ କର୍ଣ୍ଣପାତ କରି ନ ଥିବାରୁ ଆବେଦନ କାରି ଅସନ୍ତୋଷ ପ୍ରକାଶ କରିଥିବା ଜଣାଯାଇଛି I ତେବେ କାହିଁକି ଦିଆ ଯାଉନାହିଁ ତଥ୍ୟ। ତଥ୍ୟ ଦେବାର ନାଁ ନେଉ ନାହାନ୍ତି ଭନସୁଲି ପି.ଆଇ.ଓ. ନିୟମ ମାନୁ ନାହାନ୍ତି ଦାୟିତ୍ଵରେ ଥିବା ଅଧିକାରୀ।ଖୋଲା ଖୋଲି ଭାବେ ସୂଚନା ଅଧିକାର ଆଇନ କୁ ଅମାନ୍ୟ କରୁଛନ୍ତି।ସୂଚନା ଅଧିକାର ଆଇନ ଭଳି ଏକ ଗୁରୁତ୍ୱ ପୂର୍ଣ୍ଣ ଆଇନ କୁ ଯଦି କୋଟପାଡ଼ ବ୍ଲକରେ ଏ ଭଳି ଅବହେଳା କରାଯାଉଛି ତେବେ ଏ ନେଇ ଦାୟିତ୍ଵରେ ଥିବା ଅଧିକାରୀ ଙ୍କ ମନମାନି ଓ ବ୍ଲକ ପ୍ରଶାସନର ସ୍ୱଚ୍ଛତା କୁ ନେଇ ବୁଦ୍ଧିଜୀବି ମହଲରେ ପ୍ରଶ୍ନ ଉଠୁଛି I ଏ ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିକ୍ରମ ଦୋରା ଏବଂ ଜିପିଇଓ କେଦାର ନାଥ ଆଟକା ଙ୍କୁ ଯୋଗାଯୋଗ କରିବାରୁ ସେହି ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଅବହେଳା ଯୋଗୁଁ ତଥ୍ୟ ପ୍ରଦାନରେ ବିଳମ୍ବ ହୋଇଛି। ଦିନେ ଦୁଇ ଦିନ ମଧ୍ୟରେ ତଥ୍ୟ ପ୍ରଦାନ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେବୁ ବୋଲି ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଥିବା ଜଣାଯାଇଛି।ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହ ଆବେଦନ କରିଥିବା ସମସ୍ତ ତଥ୍ୟ ପ୍ରଦାନ ନିମନ୍ତେ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ନିବେଦନ କରିଥିବା ଜଣାଯାଇଛି।( ହରିଶ କୁମାର ପଟ୍ଟନାୟକ)

You may have missed