June 29, 2024

ବରିଷ୍ଟ କଂଗ୍ରେସ ନେତା କିଶୋର ଚନ୍ଦ୍ର ବେହେରାଙ୍କ ଅକାଳ ବିୟୋଗ ରେ ଶୋକ…

Share

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ପୂର୍ବତନ ଉପାଧକ୍ଷ କିଶୋର ଚନ୍ଦ୍ର ବେହେରା ଙ୍କ ଗୁରବାର ଅପରାହ୍ନ ରେ ଜଗଦଳପୁର ଏକ ଘୋରଇ ଡାକ୍ତର ଖାନା ରେ ଅକାଳ ବିୟୋଗ ହୋଇଯାଇଛି I ସ୍ବର୍ଗତ ବେହେରା ଗୁରୁବାର ସାଇକେଲ ରେ ଜମିକୁ ଯାଇ ଘରୁକୁ ଫେରିବା ପରେ ସାମାନ୍ୟ ଅସୁସ୍ଥତା ଅନୁଭବ କରି ଥିଲେ ସଙ୍ଗେ ସଙ୍ଗେ ପୁଅ ସଞ୍ଜୟ ଓ ବିଜୟ ଦୁହେଁ ଜଗଦଳପୁର ଏକ ଘୋରଇ ହସ୍ପିଟାଲ କୁ ନେଇ ଯାଇଥିଲେ. ସେଠାରେ ଡାକ୍ତର ଚିକିତ୍ସା ପରେ ଅଳ୍ପ ସମୟ ଅପେକ୍ଷା କରିବା ପାଇଁ ପରାମର୍ଶ ଦେଇ ଥିଲେ ଇତି ମଧ୍ୟ ରେ ସେ ଶୌଚ ହବା ପାଇଁ ଯାଇ ଗାଧୁଆ ଘରେ ପଡି ଯାଇ ଥିଲେ ସଙ୍ଗେ ସଙ୍ଗେ ଡାକ୍ତର ଙ୍କୁ ଖବର ଦବା ପରେ ଡାକ୍ତର ଆସି ମୃତ ବୋଲି ଘୋଷଣା କରି ଥିଲେ. ଖବର ପ୍ରସାର ହବା ପରେ ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି. ପୋୖରା ଧକ୍ଷ ସଙ୍କର ରାଓ. ପୁରନ ନାୟକ, ଆଇନ ଜୀବି ଘନ ଶ୍ୟାମ ବିଶୋଇ ରଞ୍ଜିତ ପଟ୍ଟନାୟକ ବେନାର୍ଜୀ ରାଓ. ନଗର କଂଗ୍ରେସ କମିଟି ସଭାପତି ବାପୁନ ତ୍ରିପାଠୀ. ରମା ବିଶୋଇ. ବରିଷ୍ଟ ବିଜେଡି ନେତା ଶ୍ରୀ ମହମ୍ମଦ ସଲିମ. ଚିଣ୍ଟୁ ଦଳେଇ. କୋମଳା ପୂଜାରୀ, ପ୍ରହଲ୍ଲାଦ ମହନ୍ତ. ସୂର୍ଯ୍ୟ କାନ୍ତ ପାଢ଼ୀ ସୁଧୀର ମହାନ୍ତି. ବିକ୍ରମ ଦେବ ମାଝୀ ଅଜିତ ପାତ୍ର. ନରେଶ ପଟ୍ଟନାୟକ.ଙ୍କ ସମେତ ବହୁ ବନ୍ଧୁ ଓ ପରିବାର ଵର୍ଗ ଏବଂ ସମସ୍ତ ରାଜନୈତକ ଦଳ ର ନେତା ଓ କର୍ମୀ ତାଙ୍କ ବାସଭବନ କୁ ଯାଇ ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇ ଫେରି ଥିବାର ଜଣା ଯାଇଛି. ସ୍ବର୍ଗତ ବେହେରା ଙ୍କ ଚାରି ପୁଅ ବହୁ ଏବଂ ଝିଅ ଜ୍ୱାଇଁ ନାତି ନାତୁଣୀ ମୃତ୍ୟୁ ସଜ୍ୟା ନିକଟରେ ଉପସ୍ଥିତ ଥିଲେ. ଘୁମର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଭାବରେ ଲଗାତର ଚାରି ଥର ସରପଞ୍ଚ ଓ କୋଟପାଡ଼ ବ୍ଲକ ଉପାଧକ୍ଷ ଭାବରେ ଥରେ ଦାଇତ୍ୱ ରେ ଥିବା ଜଣା ଯାଇଛି I (କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା )