April 27, 2026

ସରକାରୀ ସାର ଦୋକାନ ଉପରେ ଚଢ଼ାଉ !

e758af11-2fa1-409d-917c-b9c8ff345da8
Share


++++++++++++++++++++
ତିର୍ତ୍ତୋଲ :- ଚାଷୀ ମାନଙ୍କୁ ନିର୍ଦ୍ଧାରିତ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର ବିକ୍ରୟ କରିବାକୁ ଅନୁମତି ଥିବାବେଳେ, ଅନେକ ସାର ଦୋକାନୀ ଚଢା ଦରରେ ସାର ବିକ୍ରୟ କରିବାର ଶୁଣିବାକୁ ମିଳିଛି !କଳାବଜାରୀ ଚାଲିଛି ସାର !ଯାହା ଫଳରେ ସରକାରୀ ସ୍ତରୀୟ ଯାଞ୍ଚ କମିଟି ସମୟେ ସମୟେ ଚଢ଼ାଉ କରିଥାଏ ! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ କନକପୁର ଏବଂ କଟରା ବଜାରସ୍ଥିତ ସରକାରୀ ସ୍ୱୀକୃତିପ୍ରାପ୍ତ ଦୁଇଟି ସାର ଦୋକାନରେ ପ୍ରଶାସନ ତରଫରୁ ଅଚାନକ ଚଢ଼ାଉ କରାଯାଇ ଥିବାର ଖବର ମିଳିଛି ! ସାର ଯେପରି କଳାବଜାରୀ ନହୁଏ, ସେଥିପାଇଁ ତାଗିଦ କରିବା ସହିତ ସମସ୍ତ ଚାଷୀ ଯେପରି ନିର୍ଦ୍ଧାରିତ ମୂଲ୍ୟରେ ସାର ପାଇ ପାରିବେ ଦୋକାନୀ ଦ୍ବୟଙ୍କୁ ଚେତାଇ ଦେଇଛନ୍ତି ! ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତିର୍ତ୍ତୋଲ ତହସିଲଦାର ଅମୁଲ୍ୟ କୁମାର ସାହୁ,ତିର୍ତ୍ତୋଲ ଏ. ଡି. ଓ. ପୁର୍ଣନ୍ଦୁ ଶେଖର ଆଚାର୍ଯ୍ୟ, ତିର୍ତ୍ତୋଲ ବ୍ଲକ କୃଷି ଅଧିକାରୀ ନିରଞ୍ଜନ ସାହୁ, ଗାୟତ୍ରୀ ସାହୁ ପ୍ରମୁଖ ଉପସ୍ଥିତ ରହି ଦୁଇଟି ସାର ଦୋକାନର କାଗଜପତ୍ର ଯାଞ୍ଚ କରିଥିଲେ ଏବଂ ଚାଷୀଙ୍କ ପାଖରେ ନିର୍ଦ୍ଧାରିତ ମୂଲ୍ୟରେ ସାର ବିକ୍ରୟ କରିବାକୁ ନିର୍ଦ୍ଧେଶ ଦେଇଥିଲେ ! ସାର ଯେପରି କଳାବଜାରୀ ନହୁଏ, ଓ ଅପମିଶ୍ରଣ ନହୁଏ, ଏହାକୁ ରୋକିବାକୁ ପ୍ରଶାସନ ଅଂଟାଭିଡ଼ିଥିବା ବେଳେ ତିର୍ତ୍ତୋଲ କୃଷି ଅଧିକାରୀଙ୍କ କାର୍ଯ୍ୟକଳାପ ରେ ତିର୍ତ୍ତୋଲର ଚାଷୀମାନେ ସନ୍ତୁଷ୍ଟ ନଥିବାର ପରିଲକ୍ଷିତ ହୋଇଛି ! ଚାଷୀମାନେ ଦୁଇଥର ତିନିଥର ଯିବାପରେ ତାଙ୍କୁ ସହଯୋଗ ମିଳୁଥିବାର ଅଭିଯୋଗ ଶୁଣିବାକୁ ମିଳିଛି ! ସାର ଦୋକାନ ପରି ତିର୍ତ୍ତୋଲ କୃଷି ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଚର୍ଚ୍ଚା ହେଉଛି !( ତିର୍ତ୍ତୋଲରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା )