November 17, 2024
Share

*╭───────────────────╮*
*🌄ସକାଳର ଖବର, ୨୪-ମେ-୨୦୨୩, ବୁଧବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ସିଡନୀରେ ମୋଦୀ ମାନିଆ: ପ୍ରଧାନମନ୍ତ୍ରୀଙ୍କୁ ବସ୍‌ କହି ସମ୍ବୋଧନ କଲେ ଅଷ୍ଟ୍ରେଲିଆ ପିଏମ୍‌ ‌ଆନ୍ଥୋନୀ ଆଲବାନିଜ୍ l

➡️ ୨-ପ୍ରକାଶ ପାଇଲା ୟୁପିଏସସି ସିଭିଲ ସର୍ଭିସ-୨୦୨୨ ପରୀକ୍ଷା ଫଳ, ମୋଟ୍‌ ୯୩୩ଜଣ ପରୀକ୍ଷାର୍ଥୀ ହେଲେ କୃତକାର୍ଯ୍ୟ l ମେରିଟ୍‌ ଲିଷ୍ଟରେ ଉତରପ୍ରଦେଶର ଇଶିତା କିଶୋର ହେଲେ ଟପ୍ପର l

➡️୩-ଏଣିକି ରାଜ୍ୟର ସମସ୍ତ ଶୈବପୀଠ ମାନଙ୍କରେ ଆଉ ଭୋଗ ଲାଗିପାରିବନି ଗଞ୍ଜେଇ l ବ୍ୟବହାର ନିଷେଧ ପାଇଁ ହେଲା ନିର୍ଦ୍ଦେଶ l ଏନେଇ ଚିଠି ଲେଖିଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ l

➡️୪-ଆସିଲା ସରକାରୀ ନିମନ୍ତ୍ରଣ, ଆସନ୍ତା ମେ’ ୨୮ ତାରିଖରେ ନୂଆ ସଂସଦ ଭବନ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ l

➡️୫-ଏଣିକି ରାଜ୍ୟରେ ସରକାରଙ୍କ ପକ୍ଷରୁ ହେବ ବାଘ ଓ ହାତୀ ଗଣନା l ଏ ନେଇ ଖୁବ୍‌ଶୀଘ୍ର ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ୍‌ l

➡️୬-ଓଡ଼ିଶାରେ ବଢ଼ିଛି ୮୯୩ ବର୍ଗ କିଲୋମିଟର ଜଙ୍ଗଲ l ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର କାର୍ଯ୍ୟଗୁଡ଼ିକର ସମୀକ୍ଷାବେଳେ ଆସିଲା ସୂଚନା l

➡️୭-ଝାରସୁଗୁଡାବାସୀଙ୍କୁ ନବୀନଙ୍କ ଉପହାର, ଲାଇକେରା ଓ କିରିମେରା ବ୍ଲକ ହେଲା ଓଡ଼ିଶାର ୨୩ତମ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା l ITDA ରେ ସାମିଲ ହୋଇଥିବା ଦୁଇଟି ବ୍ଲକର ନୂଆ ନିଯୁକ୍ତିକୁ ଦେଲେ ଅନୁମୋଦନ l

➡️୮-ଇତିହାସ ରଚିଲେ ବ୍ରିଟିଶ୍‌-ଶିଖ୍‌ କାଉନସିଲର, ବ୍ରିଟେନ କୋଭେଣ୍ଟ୍ରି ସହରର ପ୍ରଥମ ଲର୍ଡ ମେୟର ହେଲେ ଭାରତୀୟ ବଂଶୋଦ୍ଭବ l

➡️୯-ଅର୍ଥମନ୍ତ୍ରୀ ଦାୟିତ୍ବ ନେବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବିକ୍ରମ କେଶରୀ ଆରୁଖ l ସିଂହଦ୍ଵାର ନିକଟରୁ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ମନ୍ତ୍ରୀଙ୍କୁ ସ୍ବାଗତ କରିବା ସହ ଶ୍ରୀମନ୍ଦିର ଭିତରକୁ ନେଲେ ପାଛୋଟି l

➡️୧୦-ପୁଷ୍ପା-୨କୁ ନେଇ ଦର୍ଶକଙ୍କ ମଧ୍ୟରେ ବଢୁଛି ଉତ୍ସାହ, ଏଥର ଅଲ୍ଲୁଅର୍ଜୁନଙ୍କ ସହ ନଜର ଆସିବେ ରଣବୀର ସିଂ l ଜାତୀୟ ଗଣମାଧ୍ୟମରେ ଏଭଳି ଏକ ଖବର ପ୍ରକାଶ ପାଇଛି ।

➡️୧୧-ଉତରାଖଣ୍ଡରେ ପହଁଚି ବାବା କେଦାରନାଥଙ୍କ ଦର୍ଶନ କଲେ ଅଭିନେତା ଅକ୍ଷୟ କୁମାର, ମହାଦେବଙ୍କ ଶରଣରେ ପହଁଚି ମାଗିଲେ ଆର୍ଶୀବାଦ l

➡️୧୨-ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ମହିଳା ଚିତା ଜ୍ୱାଳା ଜନ୍ମ ଦେଇ ଥିବା ୪ ଟି ଶାବକ ମଧ୍ୟରୁ ଗୋଟିକର ହେଲା ମୃତ୍ୟୁ । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ l

➡️୧୩-ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡଙ୍କ ସବସିଡାରୀ କମ୍ପାନୀ ରିଲାଏନ୍ସ ଜିଓମାର୍ଟ ପାଖାପାଖି ୧ ହଜାର କର୍ମଚାରୀଙ୍କୁ ଚାକିରୀରୁ କଲା ଛଟେଇ l ଆଗକୁ ଆହୁରି କର୍ମଚାରୀ କରିବ ଛଟେଇ l

➡️୧୪-କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ମମତା ବାନାର୍ଜୀଙ୍କୁ ଭେଟିଲେ ଅରବିନ୍ଦ କେଜ୍ରିଓ୍ଵାଲ୍, କହିଲେ ଦିଦି ସମର୍ଥନ ଦିଅ l

➡️୧୫-ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜୁନ ୧ ପର୍ଯ୍ୟନ୍ତ ବଢିଲା ମନୀଷ ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି l

➡️୧୬-ସାଉଦି ଆରବର ପାକିସ୍ତାନ ପ୍ରେମ । ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ଚାଲିଥିବା ତିନି ଦିନିଆ ଜି-୨୦ ଟୁରିଜିମ୍ କାର୍ଯ୍ୟକାରୀ ଗ୍ରୁପ ବୈଠକରେ ଯୋଗ ଦେବାକୁ ମନା କଲା ସାଉଦି ଆରବ ।

➡️୧୭-ବିଶ୍ୱର ଅନ୍ୟତମ ମନୋରଞ୍ଜନଧର୍ମୀ ସଂସ୍ଥା ଡିଜନୀ ପୁଣି ୨ ହଜାର ୫ଶହ କର୍ମଚାରୀଙ୍କୁ କଲା ଛଟେଇ l ଖର୍ଚ୍ଚ କାଟ୍ କରିବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ପନ୍ଥା ଆପଣାଯାଉଥିବା କୁହାଯାଉଛି ।

➡️୧୮-ଗ୍ରୁପ୍ ଟପ୍ପର ତଥା ଗତବର୍ଷର ବିଜେତା ଗୁଜରାଟ ଟାଇଟନ୍ସକୁ ୧୫ ରନ୍‌ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍‌ରେ କଲା ପ୍ରବେଶ l

➡️୧୯-ସୌରଭ ଗାଙ୍ଗୁଲି ହେବେ ବିଜେପି ଶାସିତ ତ୍ରିପୁରାର ପର୍ଯ୍ୟଟନ ରାଷ୍ଟ୍ରଦୂତ ଅଥବା ବ୍ରାଣ୍ଡ ଆମ୍ବାସାଡର l

➡️୨୦-ଆଇପିଏଲ୍‌ ରେ ଆଜି ମୁମ୍ବାଇ-ଲକ୍ଷ୍ନୌ ମଧ୍ୟରେ ହେବ କ୍ବାଲିଫାୟାର-୨ ଏଲିମିନେଟର ମ୍ୟାଚ l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ଶିବ ବିବାହ ଉତ୍ସବ ll*
*🔅ଆଜି ଭାଇ ଦିବସ ll*
*🔅ଆଜି ଅସରପା ଦିବସ ll*
*🔅ଆଜି ଶାନ୍ତି ଏବଂ ନିରସ୍ତ୍ରୀକରଣ ପାଇଁ ଆନ୍ତର୍ଜାତୀୟ ମହିଳା ଦିବସ ll*
*🔅ଆଜି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ ll*

*ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*