ଗ୍ରୀଷ୍ମ ପ୍ରବାହକୁ ନେଇ ସ୍କୁଲ ହେଲା ଛୁଟି, ବାଦ ପଡିଲା ଅଙ୍ଗନଓ୍ବାଡି କେନ୍ଦ୍ର !

ବୁଗୁଡା : ତା ୨୪/୦୪/୨୬ : ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ ପାଇଁ ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି। ତେବେ ଏଥିରୁ ବାଦ ପଡି ବୁଗୁଡା ଅଞ୍ଚଳର ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକ ଖୋଲା ରହିଥିବା ଦେଖିବାକୁ ମିଳିଛି। ଟାଣ ଖରାରେ ଘରୁ ବାହାରିବାକୁ ଲୋକଙ୍କ କୁଣ୍ଠାବୋଧ ଏବଂ ଛାତ୍ରଛାତ୍ରୀ ସ୍କୁଲକୁ ଯାଉନଥିଲା ବେଳେ ଅଙ୍ଗନଓ୍ବାଡିର କୋମଳମତି ଶିଶୁମାନେ ସକାଳ ସାତଟାରୁ ଯାଇ ଦଶଟାରେ ଫେରୁଥିବାରୁ ବୁଦ୍ଧିଜୀବୀ ଏବଂ ଅଭିଭାବକ ମହଲରେ ଚିନ୍ତା ପ୍ରକାଶ ପାଇଛି । ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
