April 28, 2026

ମୋହନା ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ ..

IMG-20260424-WA0036
Share

 

ମୋହନା(ସନ୍ତୋଷ ଗୌଡ଼)ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଆଡମ୍ବର ସହିତ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ ହୋଇଛି। ଏହି ଦିବସରେ ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ଗରିବ ଏବଂ ଭିନ୍ନକ୍ଷମ ମାନଙ୍କୁ ଅନ୍ତଦ୍ୟୋୟ ଗୃହ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିବା ସହ ଠିକ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ପୂର୍ଣ୍ଣାଙ୍ଗ କରିଥିବା ହିତାଧିକାରୀ ଙ୍କୁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏହି ଦିବସ ରାଜ୍ୟ ସରକାର ଓଡ଼ିଶାର ବଲାଙ୍ଗୀରି ଠାରେ ଜାତୀୟ ପଞ୍ଚାୟତରାଜ ଦିବସ କୁ ରାଜ୍ୟ ସ୍ତରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ରାଜ୍ୟ ସ୍ତରୀୟ ଉତ୍ସବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ, ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ସ୍ଥାନୀୟ ବିଧାୟକ ଗଣ ଙ୍କ ସମେତ ଜିଲ୍ଲା ସ୍ତରୀୟ ନେତା ଓ କର୍ମୀଙ୍କ ସମେତ ବିଭାଗୀୟ ସଚିବ ଏବଂ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେବା ସହିତ ସରକାରଙ୍କ ଯୋଜନା ସମ୍ପର୍କ ରେ ଉପସ୍ଥିତ ଥିବା ଜନସାଧାରଣ ଙ୍କୁ ବୁଝାଇଥିଲେ।ସେହିପରି ମୋହନା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ହୋଇଥିବା କାର୍ଯ୍ୟକ୍ରମ ରେ ବ୍ଲକ ଉପାଧ୍ୟକ୍ଷା ବାଲ୍ମୀନା ଅଧିକାରୀ,ବିଡ଼ିଓ ରାଜୀବ ଦାସ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରମାକାନ୍ତ ଚୌଧୁରୀ, ସରପଞ୍ଚ ସୁନିତା ମଲ୍କିକ,ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ, ନାରାୟଣ ପାଢ଼ୀ,ଇଂ.ଆଶିଷ ଶତପଥୀ,ସହକାରୀ ଯନ୍ତ୍ରୀ ଇଂ. ପ୍ରଦ୍ୟୁମ୍ନ କୁମାର ନାୟକ,ଇଂ.ପ୍ରଜ୍ଞାଜିତ ପାଢ଼ୀ ଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ସୁଚାରୁରୂପେ ପରିଚାଳନା କରିଥିବା ବେଳେ ଏହି ସାନ୍ଧ୍ୟ କାର୍ଯ୍ୟକ୍ରମରେ ମୋହନା ବ୍ଲକରୁ ସମସ୍ତ ସରପଞ୍ଚ,ସମିତି ସଭ୍ୟ, ସଭ୍ୟା ଙ୍କ ସହିତ ଶହ ଶହ ସ୍ୱୟଂ ସହାୟକ ସଂଘ ମହିଳା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ସଫଳ କରିଥିବାରୁ ଉପସ୍ଥିତ ଥିବା ସମସ୍ତ ଙ୍କୁ ବିଡ଼ିଓ ଧନ୍ୟବାଦ ଜଣାଇଥିଲେ।