April 26, 2026

ବିଜେଡି ଛାଡ଼ି ବି ଜେ ପି ରେ ମିଶିଲେ ପାତ୍ରପୁର ବ୍ଲକ ଆମ୍ବପୁର ସରପଞ୍ଚ

IMG-20260424-WA0033
Share

 

 

ପାତ୍ରପୁର(ଶୁଭଶ୍ରୀ ପ୍ରଧାନ)

ପାତ୍ରପୁର ବ୍ଲକ ଆମ୍ବପୁର ଗ୍ରାମପଞ୍ଚାୟତ ସରପଞ୍ଚ ବି ଜେ ଡ଼ି ଛାଡ଼ି ବିଧିବଦ୍ଧ ଭାବେ ବି ଜେ ପି ରେ ମିଶିଛନ୍ତି।ସରପଞ୍ଚ ତୋପେଇ ବେହେରା କହିବା ଅନୁଯାୟୀ ତାଙ୍କ ପଞ୍ଚାୟତ ବି ଜେ ଡ଼ି ଅଧୀନରେ ରହି ସମ୍ପୂର୍ଣ ଅବହେଳିତ ରହିଥିଲା ଯାହାକି ଲିଖିତ ଆକାର ରେ ଦର୍ଶାଇଛନ୍ତି।ପଞ୍ଚାୟତ ର ଉନ୍ନତି ପାଇଁ ଏବଂ ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ସରପଞ୍ଚ ଓ ତାଙ୍କ ସ୍ବାମୀ ବିଧିବଦ୍ଧ ଭାବେ ବିଜେଡି ଛାଡି ବିଜେପି ରେ ସାମିଲ ହୋଇଛନ୍ତି।ଏହି ମିଶ୍ରଣପର୍ବ କାର୍ଯ୍ୟ ରେ ଆମ୍ବପୁର ପଞ୍ଚାୟତର ବିଜେପି କାର୍ଯ୍ୟକର୍ତ୍ତା,ତଣ୍ଡିପୁର ସମିତି ସଭ୍ୟ ରାମକୃଷ୍ଣ ନାୟକ,ଜୟନ୍ତୀପୁର ସମିତି ସଭ୍ୟ ବାଲାଜୀ ପାଢ଼ୀ,ବରିଷ୍ଠ ନେତା ସନ୍ତୋଷ ପାତ୍ର ଙ୍କ ସମେତ ବହୁ ନେତା ଏବଂ କର୍ମୀ ଉପସ୍ଥିତ ଥିଲେ।