ବି ଜେ ଡି, ସି ପି ଆଇ, କଂଗ୍ରେସ ଛାଡି ବି ଜେ ପି ରେ ମିଶିଲେ ସରପଞ୍ଚ ଓ ସମିତି ସଭ୍ୟ ଙ୍କ ସହିତ ଶତାଧିକ କର୍ମୀ ଓ ନେତା

ଛତ୍ରପୁର : ୨୪.୦୩.୨୫(ଅରୁଣ କୁମାର ପଣ୍ଡା ) ଛତ୍ରପୁର ବ୍ଲକ୍ ର ଚମାଖଣ୍ଡି ଓ ଟାଙ୍ଗଣା ପଲି ପଞ୍ଚାୟତ ରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।
ଏହି ମିଶ୍ରଣ ପର୍ବ ରେ ଟାଙ୍ଗଣା ପଲି ସରପଞ୍ଚ ବି.ସୁଦାମ ,ସମିତି ସଭ୍ୟା ମୀନା କୁମାରୀ ସାହୁ ଙ୍କ ସମେତ ବହୁ ବିଜେଡି,କଂଗ୍ରେସ,ସିପିଆଇ ରୁ ଶତାଧିକ ନେତା ଓ କର୍ମୀ ଏବଂ ଯୁବ ସଂଘଟନ ମହିଳା ସଙ୍ଘ ୱାର୍ଡ ମେମ୍ବର ସମସ୍ତ ସଦସ୍ୟ ବିଜେପି ରେ ଯୋଗ ଦେଇଥିଲେ । ଭାରତୀୟ ଜନତା ପାର୍ଟି ର ନୀତି ଆଦର୍ଶ ଏବଂ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ,ଲୋକ ପ୍ରିୟ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନେତୃତ୍ୱ ରେ ଅନୁପ୍ରାଣିତ ହୋଇ ସହ ସହ ନେତା ଓ କର୍ମୀ ଯୋଗଦେଇଛନ୍ତି । ଚମାଖଣ୍ଡି ସ୍ଥିତ ଟାଙ୍ଗଣା ପଲି ପଡିଆ ଠାରେ ଏକ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଏହି ମିଶ୍ରଣ ପର୍ବ ରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ସମସ୍ତ ସଦସ୍ୟ ଙ୍କୁ ସ୍ଵାଗତ କରିବା ସହ ଦଳୀୟ ଉତ୍ତରୀୟ ସହ ପଦ୍ମ ଫୁଲ କିରଟି ପିନ୍ଧାଇ ଥିଲେ ଓ ଯୁବ ବିଧାୟକ ତାଙ୍କ ବକ୍ତବ୍ୟ ରେ କହିଥିଲେ ଲୋକ ମାନେ ମୋତେ ନିର୍ବାଚିତ କରିଛନ୍ତି ଦଳ ମତ ନିର୍ବିଶେଷରେ ସବୁ ଲୋକଙ୍କୁ ସେବା ଯୋଗାଇ ଦେବା ମୋର କର୍ତ୍ତବ୍ୟ ଆଗାମୀ ଦିନରେ ଆପଣ ମାନେ ଦେଖିବେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ରେ କେବଳ ବି ଜେ ପି ହିଁ ଏକମାତ୍ର ଦଳ ହୋଇ ରହିବ ଏହି ମିଶ୍ରଣ ପର୍ବ ରେ ମଣ୍ଡଳ ସଭାପତି ସମ୍ପଦ ନାହାକ, ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି ମିଶ୍ରଣ ପର୍ବ ରେ ବ୍ଲକ୍ ଉପାଧ୍ୟକ୍ଷା ଏସ ସାରଦା ରେଡ୍ଡୀ,ପୂର୍ବତନ ସମିତି ସଭ୍ୟ ଦୁର୍ଯ୍ୟୋଧନ ରେଡ୍ଡୀ,ପଦ୍ମ ଚରଣ ସାହୁ , ଜ୍ୟୋତି ରଞ୍ଜନ ସାହୁ ,ଏସ କିଶୋର ରେଡ୍ଡୀ,ଅଶୋକ ପାଣିଗ୍ରାହୀ,ଏମ ପି ପ୍ରତିନିଧି ସନ୍ତୋଷ ରେଡ୍ଡୀ ଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ,ରାଜନେତା ଉପସ୍ଥିତ ଥିଲେ । ଏହି ମିଶ୍ରଣ ପର୍ବ ରେ ବହୁ ମାତ୍ରାରେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇ ଦଳକୁ ଆହୁରି ଅଧିକ ଶକ୍ତି ସାଳି କରିବ ବୋଲି ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ କହିଛନ୍ତି ଶେଷରେ କୋରା ମହାରଣା ଧନ୍ୟବାଦ ଦେଇଥିଲେ