May 10, 2026

ଉମରକୋଟ ନିକଟସ୍ଥ ସାନଭରଣ୍ଡି ଗ୍ରାମ ରେ ଶିକ୍ଷା ମନ୍ତ୍ରୀ ବାଣ୍ଟିଲେ ନିମନ୍ତ୍ରଣ ପତ୍ର……..

IMG-20250324-WA0034
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଓଡ଼ିଶା ସରକାର ଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଉମରକୋଟ ବ୍ଲକ ସ୍ଥିତ ସାନଭରଣ୍ଡି ଗ୍ରାମ ରେ ବାଲ ବାଟିକା ରେ ନାମ ଲେଖାଇବା ପାଇଁ ଛାତ୍ର ଓ ଛାତ୍ରୀ ମାନଙ୍କୁ ଏପ୍ରିଲ ୨ ତାରିଖ ରେ ହେବାକୁ ଥିବା ପ୍ରବେଶ ଉତ୍ସବ ଓ ଖଡିଚୁଆଁ ରେ ଯୋଗ ଦେବା ପାଇଁ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ସ୍ବାକ୍ଷରିତ ନିମନ୍ତ୍ରଣ ପତ୍ର ପ୍ରଦାନ କଲେ। ଏହି ଅବସର ରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମାଝୀ, ଅତିରିକ୍ତ ଗୋଷ୍ଠୀ ଅଧିକାରୀ ପୁରସ୍ତମ ମାଝି,ସାନଭରଣ୍ଡି ଅନୁଷ୍ଠାନ ର ପ୍ରଧାନ ଶିକ୍ଷକ ଶ୍ରୀ ଶିବ ସୁବେଦାର ଓ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଆଗାମୀ ଏପ୍ରିଲ ୨ ତାରିଖ ରୁ ଶିକ୍ଷାର୍ଥୀ ମାନଙ୍କ ନାମ ଲେଖାଯିବ ଓ ଏଥିନିମନ୍ତେ ସେପ୍ଟେମ୍ବର ୧ ତାରିଖ କୁ ବୟସ ୬ ବର୍ଷ ସମ୍ପୂର୍ଣ୍ଣ ହେଉଥିଲେ ସେହି ପିଲା ର ନାମ ପ୍ରଥମ ଶ୍ରେଣୀ ରେ ଲେଖାଯିବ ।