November 22, 2024

ସ୍ୱାମୀସଂଯୋଗ ସେବା ପ୍ରତିଷ୍ଠାନ ଆନୁକୂଲ୍ୟରେ କୁଷ୍ଠାଶ୍ରମ ରେ ରନ୍ଧାଖାଦ୍ୟ ବଣ୍ଟନ …

Share

                                  ଆଜି ସ୍ୱାମୀସଂଯୋଗ ସେବା ପ୍ରତିଷ୍ଠାନ ଦ୍ୱାରା ଶ୍ରୀକ୍ଷେତ୍ର ପୁରୀ ର ନୀଳାଦ୍ରି ନିଳୟ ଠାରେ ରହୁଥିବା ପ୍ରାୟ 50ରୁ ଉର୍ଦ୍ଧ କୁଷ୍ଠ ରୋଗି ମାନଙ୍କୁ ସେମାନଙ୍କ ଇଛାନୁଯାୟୀ ଭୋଜନ ର ବ୍ୟବସ୍ଥା କରାଯାଇଥିଲା, ଏହି କାର୍ଯ୍ୟକ୍ରମ କୁ ସହଯୋଗ ର ହାତ ବଢ଼ାଇଛନ୍ତି ଡାକ୍ତର ସହଦେଵ ସ୍ୱାଇଁ. ପ୍ରତିଷ୍ଠାନର ସମ୍ପାଦକ ଭିଡ଼ିଓ ଜୋର୍ଣ୍ଣାଲିଷ୍ଟ ସିଦ୍ଧେଶ୍ବର ପଣ୍ଡା ଙ୍କ ସହିତ ପତ୍ନୀ ଅନୁରାଧା ତିୱାରୀ ନିଜେ ରୋଷେଇ କରି ରୋଗୀ ମାନଙ୍କୁ ଖୁଆଇବାକୁ ଦେଇଥିଲେ lଏଭଳି କାର୍ଯ୍ୟକ୍ରମ ର ଉଦେଶ୍ୟ କୁ ବିଚାର କଲେ ଗୋଟିଏ କଥା ଆଗକୁ ଆସିବ ଯେ ଆମର କର୍ତ୍ତବ୍ୟ ସେମାନଙ୍କର ଅଧିକାର ଅର୍ଥାତ ଦୁର୍ବଳ ଅସହାୟ ମଣିଷ ମାନଙ୍କୁ ଅନ୍ଧାର ଅଥବା ପଛରେ ନ ପକାଇ ଆଗକୁ ଆଗେଇବା ର ଅର୍ଥ କିଛି ନାହିଁ ତେଣୁ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡିବ, ଭଲ ପାଇବାର ମନ୍ତ୍ର ରେ ପରସ୍ପର ର ପରିପୂରକ ସାଜିବାକୁ ହେବ.
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)