ଗଞ୍ଜାମ ସହର କୁ ସୁନ୍ଦର କରିବା ପାଇଁ ଗ୍ରାମରେ ବୃକ୍ଷ ରୋପଣ
ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ସହର କୁ ସୁନ୍ଦର ଗଢିବା ସଂକଳ୍ପ ଗଞ୍ଜାମ ସହର ବାସୀ ଙ୍କୁ ମନମୋହିତ କରୁଛି ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣର ଆବଶ୍ୟକତା ରହିଛି l ଯାହାକୁନେଇ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଓ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ
ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଙ୍କ
ଉଦ୍ୟମକ୍ରମେ ଗଞ୍ଜାମ ଏନଏସି ପୁରୁଣା ଜାତୀୟ ରାଜପଥ ରେ ଗୁରବାର ବୃକ୍ଷରୋପଣ କରାଯାଇଛି l ଦାମୋଦରପୁର ଗ୍ରାମ 12 ୱାର୍ଡ଼ କାଉନସିଲର ପି. ଚନ୍ଦ୍ରଶେଖର ଙ୍କ ତତ୍ୱାବାଧାନରେ ଉକ୍ତ ସବୁଜ ସୁନ୍ଦର କାର୍ଯ୍ୟକ୍ରମରେ 100 ଗୋଟି ମାଡ୍ଗସର ଆଲମଣ୍ଡ ଗଛ 16ନମ୍ବର ଜାତୀୟ ରାଜପଥ ନିକରରୁ ଉଭୟ ପାର୍ଶ୍ୱରେ ଗଛ ଗୁଡିକ ରୋପଣ କାର୍ଯ୍ୟ ଆରମ୍ଭ ହୋଇଛି l
ଉକ୍ତ କାର୍ଯ୍ୟକ୍ରମରେ ତହସିଲଦାର ଶ୍ରୀ ନାୟକ ଓ ଇଓ ଶ୍ରୀ ମିଶ୍ର ଯୋଗଦେଇବୃକ୍ଷ ରୋପଣ କରି ଉକ୍ତ କାର୍ଯ୍ୟକ୍ରମର ଶୁଭରମ୍ଭ କରିଥିଲେ l ଗଞ୍ଜାମ କଲେଜ ଅଧ୍ୟକ୍ଷ ଡ଼ଃ ପ୍ରବୀଣ କୁମାର ନନ୍ଦ ପହଞ୍ଚି ବୃକ୍ଷ ରୋପଣ କରିବା ସହ ଦାମୋଦରପୁର ଗ୍ରାମର ଯୁବଗୋଷ୍ଟିଙ୍କ ଦ୍ୱାରା ସହଯୋଗରେ ହେଉଥିବା ଉକ୍ତ ସୁନ୍ଦର କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିଥିଲେ l ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ବେହେରା, ଓଡିଶା ସମ୍ବାଦିକ ସଙ୍ଘ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା ସହଯୋଗ ରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l
ଏନଏସି ଉପନଗରପାଳ ସୁରେନ୍ଦ୍ର କୁମାର ବାରିକି, ବିଜେଡି ନଗର ଯୁବ ସଭାପତି ସୁଧିର କୁମାର ପାଢ଼ୀ, ଆର ଆଇ ରବିନ୍ଦ୍ର କୁମାର ପ୍ରଧାନ,ପ୍ରୋଗ୍ରାମ କୋଡିନେଟର ଚିନ୍ମୟ ପୃଷ୍ଟି, ସି ଏମ ଏମ ଭାଗ୍ୟଶ୍ରୀ ନାୟକ, ସାନିଟେସନ ମୁଖ୍ୟ ସୁମିତ କୁମାର ବେହେରା, ସାନିଟେସନ ଜମାଦାର ଉତ୍ତମ କୁମାର ବେହେରା, ଠିକାଦାର ହାଡ଼ିଆ ମହାପାତ୍ର,ସ୍ବେଛାସେବୀ ଦୀପକ କୁମାର ବେହେରା, ପ୍ରସାଦ ବେହେରା ପ୍ରମୁଖ ଯୋଗଦେଇ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ସହ ବୃକ୍ଷ ରୋପଣ କରି ତାର ଯତ୍ନ ନେବା ନିମନ୍ତେ ମତବ୍ୟକ୍ତ କରିଥିଲେ l