ଶ୍ରୀରାମ ମନ୍ଦିର ଓ ପତିତପାବନ ମନ୍ଦିର ପ୍ରତିଷ୍ଠାମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ….
ତିର୍ତ୍ତୋଲ ତା 24/2/2026, ତିର୍ତ୍ତୋଲ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ର ଗୋବିନ୍ଦପୁର -ନିଶାମଣୀ ସରଣୀ ରୋଡ଼ ପାର୍ଶ୍ୱରେ 1912 ମସିହାରେ ସ୍ଥାପିତ ଓ ପୂଜିତ, ଶ୍ରୀରାମ ଓ ପତିତପାବନ ଠାକୁର ଏକ ଛୋଟ ମନ୍ଦିରରେ ପୂଜାପାଇ ଆସୁଥିବାବେଳେ, ଶ୍ରୀରାମ ସେବା ସଙ୍ଗଠନ ପକ୍ଷରୁ ଏକ ସୁରମ୍ୟ ଭବ୍ୟମନ୍ଦିର ର ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇ, ଚୂଡାନ୍ତପର୍ଯ୍ୟାୟ ରେ ପହଞ୍ଚିଛି l ଆସନ୍ତା ମାର୍ଚ୍ଚ 23 ତାରିଖ ଠାରୁ 25 ତାରିଖ ପର୍ଯ୍ୟନ୍ତ ଏହି ନୂତନମନ୍ଦିରର ପ୍ରତିଷ୍ଠାମହୋତ୍ସବ ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଥିବାରୁ, ଗତ ମଙ୍ଗଳବାର ପୂର୍ବାହ୍ନ ରେ ଏହି ଉପଲକ୍ଷେ ଏକ ପ୍ରସ୍ତୁତିବୈଠକ, ଅନୁଷ୍ଠାନର ସଭାପତି ଭାସ୍କରଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ନାମଯଂଜ୍ଞ, ଘୃତଯଜ୍ଞ, ଜ୍ଞ୍l ନ ଯଜ୍ଞ ଓ ଅନ୍ନଯଜ୍ଞ ସହିତ ଭଜନକୀର୍ତ୍ତନ, ପ୍ରବଚନ, ଓ ସାଧୁ ସନ୍ଥ ମହାତ୍ମା ପୂଜନ ଆଦି କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା l ଏଥିରେ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ମଧ୍ୟରେ ସୂର୍ଯ୍ୟକାନ୍ତ କାନୁନଗୋ, ନିରଞ୍ଜନ ଦାସ, ଦେବବ୍ରତ ମହାନ୍ତି, ମନୋରଞ୍ଜନ ସ୍ୱାଇଁ, କ୍ଷୀରୋଦ ମଲ୍ଲିକ, ରଶ୍ମିରଞ୍ଜନ ଦାସ, ନୃସିଂହଚରଣ ସାହୁ, ଗୌତମ ସାମଲ, ରମେଶ ଚନ୍ଦ୍ର ନାୟକ, ବିମଳେନ୍ଦୁ ନନ୍ଦ, ଜଗନ୍ନାଥ ନାୟକ, ଗୌରାଙ୍ଗ ଚରଣ ମହାନ୍ତି, ଦୀପକ ବେହେରା, ସାରଦା ଚରଣ ଖୁଣ୍ଟିଆ, ରାକେଶ ରାଉଳ, ଶଙ୍କର୍ଷଣ ହାତୀ, ବିରଜା ପ୍ରସାଦ ନାୟକ, ଧନେଶ୍ୱର ବାରିକ, ପ୍ରଶାନ୍ତ କୁମାର ବାରିକ ପ୍ରମୁଖ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ସୂର୍ଯ୍ୟନାରାୟଣ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
