ଆଜିର ଖବର..
୧-ସରିଲା ହିନ୍ଦୀ, ସଂସ୍କୃତ ପରୀକ୍ଷା, ମାର୍ଚ୍ଚ ୧୯ରୁ ମାଟ୍ରିକ ଖାତା ଦେଖା, ନୋଡାଲ ସେଣ୍ଟରରୁ ଉତ୍ତର ଖାତା ସଂଗ୍ରହ ପାଇଁ ପ୍ରସ୍ତୁତି ଆରମ୍ଭ।
୨-ସରକାରୀ କର୍ମଚାରୀଙ୍କୁ ଅନ୍ତିମ ଚେତାବନୀ, ମାର୍ଚ୍ଚ ୩୧ ସୁଦ୍ଧା ଦାଖଲ କର ସମ୍ପତ୍ତି ତାଲିକା।
୩-ଭୁବନେଶ୍ୱର:ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ, ବଳକା ପଦବୀ ପୂରଣ କରିବାକୁ ଦାବି କରୁଛନ୍ତି ଆଶାୟୀ।
୪-ଆମ ବସ ସେବାର କଳେବର ବଢିବ: ବଜେଟରେ ୪୨୧କୋଟି ଟଙ୍କାର ବ୍ୟୟବରାଦ।
୫-ସୁବର୍ଣ୍ଣପୁର:ନବ ବଧୂକୁ ଅଧବାଟରୁ ଅପହରଣ ଘଟଣାରେ ଟ୍ବିଷ୍ଟ, ପ୍ରେମିକ ନୁହେଁ ବରଂ ପ୍ରେମିକା ରଚିଥିଲା ଷଡଯନ୍ତ୍ର।
୬-ଭୁବନେଶ୍ୱର: ଲଘୁଚାପ ସକ୍ରିୟ ଯୋଗୁଁ ଉପକୂଳକୁ ବଜ୍ରପାତ ସହ ବର୍ଷା ସତର୍କତା।
୭-ଏସଆଇଆର ପରେ ତାମିଲନାଡୁର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ: ୯୭ଲକ୍ଷରୁ ଅଧିକ ନାମ ବାଦ।
୮-ଭୁବନେଶ୍ୱର:ଗତ ୫ ବର୍ଷରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ୩୧୦ ସରକାରୀ ବାବୁ।
୯-ରାଜଧାନୀର କୋର୍ଟ ପାଖରେ ହିଟ୍ ଆଣ୍ଡ ରନ୍ : ମହିଳାଙ୍କ ମୁଣ୍ଡ ଉପରେ ଚଢିଗଲା କାର୍।
୧୦-ଭୁବନେଶ୍ୱର,ପଳାସପଲ୍ଲୀ: ବୃଦ୍ଧଙ୍କ ଉପରେ ଚଢିଗଲା ଆମ ବସ୍, ଉତ୍ୟକ୍ତ ଲୋକେ ବସ୍ ଭାଙ୍ଗିଲେ, ନିଆଁ ଲଗାଇ ଦେଲେ।
୧୧-କେନ୍ଦ୍ରାପଡ଼ାର ଦାନପୁର ପଞ୍ଚାୟତରେ ହେବ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ ଚାରିଟେବଲ୍ ହସ୍ପିଟାଲ୍; ରୋଗୀଙ୍କୁ ମାଗଣାରେ ମିଳିବ ଚିକିତ୍ସା ସେବା।
୧୨-ପିପିଲି:କିନ୍ନର ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ, ମାତ୍ର ୩୦ ଟଙ୍କା ପାଇଁ ହତ୍ୟା ହୋଇଥିବା ସୂଚନା।
୧୩-ମୁମ୍ବାଇ:ହେତମେୟର ପଓ୍ବେଲଙ୍କ ପ୍ରହାର; ଓ୍ବେଷ୍ଟ ଇଣ୍ଡିଜ୍ ର ୧୦୭ରନରେ ବିଜୟୀ।
୧୪-ପାଲାକେଲ୍ଲେ: ବିଶ୍ବକପ୍ ସୁପର୍ ୮ ରେ ଆଜି ପାକିସ୍ତାନ – ଇଂଲଣ୍ଡ ମୁକାବିଲା।
୧୫-ବିବାହ କନଫର୍ମ କଲେ ରଶ୍ମିକା-ବିଜୟ , ଉଦୟପୁରରେ ହେବ ବିବାହ।
୧୬-ଝାଡ଼ଖଣ୍ଡରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ;୭ ମୃତ।
୧୭-ପୁଣି ଜେଏନୟୁରେ ହିଂସା ; ବାମପନ୍ଥୀ ଏବିଭିପି ମୁହାଁମୁହିଁ,ସଂଘର୍ଷରେ ଅନେକ ଛାତ୍ର ଆହତ।
୧୮-ଭାରତକୁ ମିଳିବ ଆଇରନ୍ ଡୋମ୍ ପ୍ରଯୁକ୍ତି ! ପିଏମ୍ ମୋଦୀଙ୍କ ଇସ୍ରାଏଲ ଗସ୍ତରେ ହୋଇପାରେ ବଡ଼ ଡିଫେନ୍ସ ଡିଲ୍।
୧୯-ତୁରନ୍ତ ଇରାନ ଛାଡ…, ନିଜ ନାଗରିକଙ୍କୁ ଚେତାବନୀ ଦେଲା ଭାରତୀୟ ଦୂତାବାସ।
୨୦-ନେପାଳ, ଧାଡିଂ ଜିଲ୍ଲା:ହାଇୱେରୁ ନଦୀକୁ ଖସିଲା ବସ୍, ୧୮ ମୃତ, ୨୫ ଆହତ।
୨୧-ଟ୍ରମ୍ପଙ୍କ ବାଣିଜ୍ୟ ନୀତି ଉପରେ ଲାଗିଲା ବ୍ରେକ୍, ମଧ୍ୟରାତ୍ରରୁ ଟାରିଫ ଅସୁଲି ବନ୍ଦ।
