March 11, 2026

ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ନାରୀସଶକ୍ତିକରଣ ସଚେତନତା

IMG-20260124-WA0047
Share

 

 

 

ବେଲଗୁଣ୍ଠା,୨୪/୦୧, କ୍ଷତ୍ରୀୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଯୋଜନାର ଆଜି ପଞ୍ଚମ ଦିବସର କାର୍ଯ୍ୟ ନାରୀଶଶକ୍ତିକରଣ ସଚେତନତା କାର୍ଯ୍ୟକର୍ମର ମୁଖ୍ୟ ଅତିଥି କ୍ଷତ୍ରୀୟବରପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ଦାସ ଓ ପର୍ଶୁଲୁଣ୍ଡା ଗ୍ରାମର ମହିଳା ମାଆ ଅତିଥି ଏହି ନାରୀଶଶକ୍ତିକରଣ କାଯ୍ୟକ୍ରମରେ ଅଂଶଗ୍ରହଣ କରି ଛାତ୍ର ଛାତ୍ରୀ ମାନଙ୍କୁ ମହିଳା ଶାସକ୍ତିକାରଣ ବିଷୟରେ ସଚେତନ କରାଇ ଥିଲେ. ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଗିରିଧର ନାୟକ ପରିଚାଳନା କରିଥିଲେ. ଜାତୀୟ ସେବା ଯୋଜନାର ଅଧିକାରୀ ସିମାଞ୍ଚଳ ମହାନ୍ତି ଜାତୀୟ ସେବା ଯୋଜନାର 50 ଜଣ ସ୍ୱେଚ୍ଛା ସେବୀ ଓ ପର୍ଶୁଲୁଣ୍ଡା ଗ୍ରାମର ମହିଳା ଓ ପୁରୁଷ ସଦସ୍ୟ ମାନେ ଏକତ୍ରିତ ହୋଇ ଗ୍ରାମର କୋଠ ଗୃହ ଠାରୁ ଗ୍ରାମର ଶେଷ ପର୍ଯ୍ୟନ୍ତ ନାରୀଶଶକ୍ତିକରଣ ସଚେତନତା ବିଷୟରେ ଏକ ରାଲି କରିଥିଲେ. ସ୍ଵେଛା ସେବୀ ମାନେ ଗ୍ରାମରେ ଘର ଘର ବୁଲି ମହିଳା ମାଆ ମାନଙ୍କୁ ନାରୀଶଶକ୍ତିକରଣ , ଶିକ୍ଷା, ସ୍ୱାସ୍ଥ୍ୟ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବାପାଇଁ ସଚେତନ କରାଇ ଥିଲ. ସ୍ଵେଛା ସେବୀ ମାନେ ସ୍ଲୋଗାନ ଓ ପୋଷ୍ଟର କାର୍ଡ ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆର୍ଥିକ କ୍ଷେତ୍ରରେ ମହିଳା ମାନଙ୍କୁ କିପରି ଉନ୍ନତି କରିବାପାଇଁ ଏକ ନାରୀଶଶକ୍ତିକରଣ କାର୍ଯ୍ୟ ମହାବିଦ୍ୟାଳୟର ପୋଷ୍ୟ ଗ୍ରାମ ପର୍ଶୁଲୁଣ୍ଡାରେ ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ସମସ୍ତ ଶୈକ୍ଷିକ ଓ ଅଣଶୈକ୍ଷିକ କର୍ମଚାରୀ ଉପସ୍ଥିତ ହୋଇ ସାହାର୍ଯ୍ୟ ଓ ସହଯୋଗ କରିଥିଲେ Iବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ