April 29, 2026

ବଡଖିଲାପଦର ଏସ ଏସ ଡ଼ି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ…

IMG-20260124-WA0024
Share

 

 

କୋଲନରା(ସଞ୍ଜୀବ କୁମାର କଣ୍ଡାଗରୀ)କୋଲନରା ବ୍ଲକ ଅନ୍ତର୍ଗତ ବଡଖିଲାପଦର ସଦର ପଞ୍ଚାୟତରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବରେ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା କୁଲେସିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ ଏବଂ ମୁଖ୍ୟବକ୍ତା ଭାବେ ଜଗଦମ୍ବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର ନାଥ ମିଶ୍ର ଯୋଗ ଦେଇଥିଲେ।ସେହିପରି ରୋବାଡି ବାଳିକା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିବରାମ ପ୍ରସାଦ ଶବର,ଏବିଇଓ ପିତୃଦେବ ବିଡିକା,ସାମ୍ବାଦିକ ରାଜେନ୍ଦ୍ର ପ୍ରସାଦ ମିଶ୍ର,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମେଘନାଦ କଣ୍ଡାଗରୀ,ସମିତି ସଭ୍ୟ କୈଳାଶ ହିକକା,ଶିକ୍ଷାବିତ୍ ଅନାଦି କିଲାକା ଓ ବିଦ୍ୟାଳୟ କମିଟି ସଭ୍ୟ ସୁରେନ୍ଦ୍ର କଣ୍ଡାଗରୀ ପ୍ରମୁଖ ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଦ୍ୱୀପ ପ୍ରଜ୍ୱଳନ ପରେ ଅତିଥି ପରିଚୟ ଏବଂ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ପରେ ଅଧ୍ୟୟନରତ ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରା ଯାଇଥିଲା।ପ୍ରଧାନ ଶିକ୍ଷକ ଶ୍ରୀ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଖରେ କିଛି ନା କିଛି ପ୍ରତିଭା ଲୁଚି ରହିଥାଏ କିନ୍ତୁ ସେହି ପ୍ରତିଭାକୁ ଯିଏ ଖୋଜି କି ବାହାର କରି ତାକୁ କାର୍ଯ୍ୟରେ ଲଗାଇଲେ ସଫଳତା ହାସଲ କରିହୁଏ ଏବଂ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣି ଦେଇଥାଏ ବୋଲି ଉପସ୍ଥିତ ଅତିଥିଗଣ ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଅନୁସୂଚିତ ଜନଜାତି ପିଲାଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ଏବଂ ଛାତ୍ର ଛାତ୍ରୀ ଙ୍କ ପାଇଁ ବିଦ୍ୟାଳୟ ହେଉଛି ଘର ବୋଲି ଶିକ୍ଷକ ଶିକ୍ଷୟତ୍ରୀ ମାନେ ବୁଝେଇ ଥିଲେ।

You may have missed