କୋରାପୁଟ ଠାରେ ପିଏମ ସ୍ଵନିଧି ଯୋଜନା ହିତାଧିକାରୀଙ୍କୁ ଋଣ ପ୍ରଦାନ

୨୩/୦୧/୨୦୨୬ କୋରାପୁଟ ମୁନସିପାଲଟି ଅଡିଟୋରିୟମ ଠାରେ ପିଏମ ସ୍ଵନିଧି ଯୋଜନା
ହିତାଧିକାରୀଙ୍କୁ ଋଣ ପ୍ରଦାନ କରାଯାଇଛି।କୋରାପୁଟ ମୁନସିପାଲଟିର ୨୨ ଜଣ ହିତାଧିକାରୀଙ୍କୁ ଋଣ ପ୍ରଦାନ କରାଯାଇଛି।କୋରାପୁଟ ମୁନସିପାଲଟିର ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀଙ୍କ ପରିଚାଳନାରେ ଆୟୋଜିତ ଉତ୍ସବରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଉପାଧ୍ୟକ୍ଷା ସବିତା ପଣ୍ଡା, ଏଲଡିଏମ ଦେବେନ୍ଦ୍ର ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଏବଂ କାଉନସିଲର ମାନଙ୍କ ଉପସ୍ଥିତିରେ ଋଣ ପ୍ରଦାନ କରାଯାଇଛି। ସୂଚନା ଯୋଗ୍ୟ ଯେ କୋଭିଡ ମହାମାରୀ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥିବା ବୁଲାବିକାଳିମାନଙ୍କୁ ସହାୟତା କରିବାପାଇଁ କେନ୍ଦ୍ର ସରକାର ୨୦୨୦ ମସିହା ଜୁନ ୧ ତାରିଖରେ ପିଏମ ସ୍ଵନିଧି ଯୋଜନା ଆରମ୍ଭ କରିଥିଲେ।(ଗୁପ୍ତେଶ୍ୱର ରଥ କୋରାପୁଟ)
