April 29, 2026

କୋରାପୁଟ ରେ ଦୁଇ ଲୁଟେରା ଗିରଫ 

IMG-20260124-WA0000
Share

 

 

୨୩/୦୧/୨୦୨୬ କୋରାପୁଟ ଟାଉନ ପୋଲିସ ଦ୍ୱାରା ଦୁଇ ଲୁଟେରା ଗିରଫ।ଅମଲା କୁଟୀର ରୋଡରେ ରହୁଥିବା ଡି ରାମ କ୍ରିଷ୍ଣା ନାମକ ବ୍ୟକ୍ତି  ରେଲୱେ ଷ୍ଟେସନରୁ ନିଜ ଘରକୁ ଫେରୁଥିଲେ।ସରକାରୀ ମହିଳା କଲେଜ ନିକଟରେ ଦୁଇ ଜଣ ବ୍ୟକ୍ତି ଏକ ପଲସର ମଟରସାଇକେଲରେ ଆସି ଅଟକାଇ ତାଙ୍କୁ ଟଙ୍କା ଦେବାକୁ କହିଥିଲେ।ଟଙ୍କା ନାହିଁ ବୋଲି କହିବା ପରେ ସେମାନେ ଆକ୍ରମଣ କରିବା ସହ ଏକ ୱାନପ୍ଲସ ମୋବାଇଲ ଛଡାଇ ନେଇ ପଳାଇଯାଇଥିଲେ ବୋଲି କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ସଂଜୟ କୁମାର ମଣ୍ଡଳ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି।୨୨ ତାରିଖ କେସ ରୁଜୁ ହୋଇଥିଲା ଏବଂ ୨୩ ତାରିଖ ଦିନ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ସେ କହିଛନ୍ତି। ଗିରଫ ଦୁଇ ବ୍ୟକ୍ତି ହେଲେ_ଓଡ଼ିଆଗୁଡା ଗ୍ରାମର କରଣ କୁଲଦୀପ ଓ ଅଭିଷେକ ଖରା। ସାମ୍ୱାଦିକ ସମ୍ମିଳନୀରେ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ଉପସ୍ଥିତ ଥିଲେ।(ଗୁପ୍ତେଶ୍ୱର ରଥ କୋରାପୁଟ)