କାର୍ଯ୍ୟରେ ଯୋଗ ଦେଲେ ନୂତନ ସବରେଜିଷ୍ଟ୍ରାର.
ବୋଲଗଡ଼,(ଉପାନ୍ତ ଖବର):ବୋଲଗଡ଼ ସଦରସ୍ଥିତ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ
ଶୁକ୍ରବାର ନୂତନ ସବରେଜିଷ୍ଟ୍ରାର କାର୍ଯ୍ୟରେ ଯୋଗ ଦେଇଛନ୍ତି।ସୂଚନା ଯୋଗ୍ୟ ନୂତନ ତହସିଲଦାର ବିଜୟ କୁମାର ସେଠୀ ପାରମ୍ପରିକ ଭାବେ ସବରେଜିଷ୍ଟ୍ରାର ଭାବେ
ନିଜର ଦାୟୀତ୍ୱ ଗ୍ରହଣ କରିଛନ୍ତି।ପ୍ରାକ୍ତନ ତହସିଲଦାର ନିବେଦିତା ପରିଡା ସମ୍ପୃକ୍ତ କାର୍ଯ୍ୟାଳୟରେ ସବରେଜିଷ୍ଟ୍ରାର ଭାବେ କାର୍ଯ୍ୟ
ତୁଲାଉଥିଲେ।ତେବେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଖୋର୍ଦ୍ଧାକୁ ଦୀର୍ଘ ୧ମାସ ହେବ ବଦଳି ହୋଇ ଯିବା ପରେ ଅତିରିକ୍ତ ତହସିଲଦାର ଏହି କାର୍ଯ୍ୟକୁ ତୁଲାଉଥିଲେ।ତେବେ ନୂତନ ତହସିଲଦାର ଶ୍ରୀ ସେଠୀ
ବୁଧବାର ବୋଲଗଡ଼ ତହସିଲଦାର ଭାବେ କାର୍ଯ୍ୟଭାର ଗ୍ରହଣ କରି ପରେ ପାରମ୍ପରିକ ଭାବେ ସବରେଜିଷ୍ଟ୍ରାରଙ୍କ ଦାୟୀତ୍ୱ ଗ୍ରହଣ କରିଛନ୍ତି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ
