May 14, 2026

୧୯୯୩ ମେଟ୍ରିକ ବ୍ୟାଚର ବନ୍ଧୁମିଳନ

IMG-20250124-WA0062
Share

ବେଲଗୁଣ୍ଠା, ୨୪/୦୧ – ଆଜି ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ୧୯୯୩ ମେଟ୍ରିକ ବ୍ୟାଚର ବନ୍ଧୁମିଳନକାର୍ଯ୍ୟକ୍ରମ କିରାପଲି ନିକଟସ୍ଥ ତଳ କୁମାରଶୁଣି ପୀଠରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମକୁ ଭାସ୍କର ସୁବୁଦ୍ଧି, ଦିଲ୍ଲୀପ ସାହୁ, ସନ୍ତୋଷ ମହାନ୍ତି, ସନ୍ତୋଷ ମହାରଣା ଦାୟିତ୍ୱ ନେଇ ସମସ୍ତ ବନ୍ଧୁ ମାନଙ୍କୁ ଏକତ୍ରିତ କରିଥିଲେ। ଏହି ଅବସରରେ ମନ୍ଦିର ପୀଠରେ ଏକ ସାଙ୍ଗଠନିକ ବୈଠକ କରି ସମସ୍ତ ବନ୍ଧୁ ମାନଙ୍କ ଭିତରେ ଏକ ଭାଇଚାରାର ଯୋଗସୂତ୍ର ରଖି ଦୁଃଖ ସୁଖରେ ଭାଗିଦାରୀ ହେବା ପାଇଁ ନିଷ୍ପତି ନିଆଯାଇଥିଲା। ଏବଂ କିଛି ବନ୍ଧୁମାନେ ଉପସ୍ଥିତ ନଥିବା ଯୋଗୁଁ ଦୁଃଖ ପ୍ରକାଶ କରିବା ସହିତ ଆଗାମୀ ବର୍ଷ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯେମିତି ସମସ୍ତେ ମିଶିପାରିବେ ସେ ଉପରେ ଆଲୋଚନା ହୋଇଥିଲା ଓ ପରିବେଶ ପ୍ରଦୂଷଣରୁ ଆଗାମୀ ଦିନରେ କେମିତି ମୁକ୍ତି ପାଇବା ପାଇଁ ବୃକ୍ଷରୋପଣ କରି ଅମ୍ଳଜାନର ଆବଶ୍ୟକତାକୁ ପୂରଣ କରିବାକୁ ପ୍ରତିଶୃତି କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସୂର୍ଯ୍ୟ ନାରାୟଣ ତ୍ରିପାଠୀ ସଂଗଠନକୁ ସିଦୃଢ଼ ରଖିବା ପାଇଁ ଉଦବୋଧନ ଦେବା ସହ ଧନ୍ୟଵାଦ ଅର୍ପଣ କରିଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ