December 3, 2024

ଖାଣ୍ଟି ଓଡିଆ ହୁଅ ଓଡିଆ ଭାଷା କୁହ…

Share

                                                                                                                                                                                  ପଣସପଦା ତା,”#ନୂଆ ‘ଓ” ଓଡ଼ିଆ ଭାଷା ସାହିତ୍ୟ , ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ର ଏକ ଅଂଶ ସ୍ବରୂପ “ଓଡିଆ ସାହିତ୍ଯ ଏବଂ ଓଡିଆଙ୍କ ଅସ୍ମିତା ଶ୍ରୀ ଜଗନ୍ନାଥ ” ଶୀର୍ଷକ ଏକ ଆଲୋଚନା ଚକ୍ର ହରିଶ୍ଵରଦେବ ଧନ୍ଦାମୂଳକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସ୍ବାଇଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଡଃ ଅଭିମନ୍ୟୁ ଜେନା, ମୁଖ୍ୟ ବକ୍ତା ଭାବେ ତରୁଣ କବି ଦାମୋଦର ପରିଡ଼ା ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜେନା ବକ୍ତବ୍ୟ ରଖିଥିଲେ “” ମାଣିକ ଗଉଡଣୀ ଶ୍ରୀରାଧା ଙ୍କ ଅଂଶ ସ୍ବରୂପ ପ୍ରକଟ କରି ଓଡ଼ିଆ ଜାତିର ଇଷ୍ଟ ଦେବତାଙ୍କୁ ଦହି ଖାଇବାକୁ ଦେଇଥିଲେ ଏବଂ ମୁକ୍ତି ପ୍ରାପ୍ତ ହୋଇଥିଲେ। ଚିଲିକା ସହିତ ପରମେଶ୍ଵର ଶ୍ରୀଜଗନ୍ନାଥଙ୍କ ସଂପର୍କ ରହିଛି। ଶ୍ରୀଜଗନ୍ନାଥ ବହୁବାର ଗୁପ୍ତ ଲୀଳା କରିବାକୁ ଚିଲିକା ଆସିଛନ୍ତି। ଚିଲିକ ହେଉଛି ପରମେଶ୍ଵରଙ୍କ ପରମ ପ୍ରେୟସି ଯମୁନା। ଉତ୍କଳ ର ଲକ୍ଷ୍ମୀ। ମୂଖ୍ୟ ବକ୍ତା ଭାବରେ ତରୁଣ କବି ଦାମୋଦର ପରିଡା ଯୋଗଦେଇ କହିଥିଲେ ” ଓଡ଼ିଶାର ସାଂସ୍କୃତିକ ବୈଭବ ରେ ପୂର୍ଣ୍ଣତା ଆଣିଛି ଜଗନ୍ନାଥ ଙ୍କ ସଂସ୍କୃତି ” । ଏହି ସାସ୍କୃତିକ ବିଭବର ସୁରକ୍ଷିତ ରହିବା ଦରକାର। ଏଥିସହିତ ଲକ୍ଷ୍ମୀ ପୁରାଣ ପାଠ , ସ୍ବରଚିତ କବିତା ଆକୃତ୍ତି, ଓଡିଆ ହସ୍ତାକ୍ଷର, କବିତା କ୍ଷୁଦ୍ର ଗଳ୍ପ ଲିଖନ, ଚିତ୍ରକଳା ମାମ୍ଯମରେ ଐତିହ୍ଯ ପ୍ରଦର୍ଶନ ଆଦି ପ୍ରତିଯୋଗିତା ହୋଇଥିଲା। ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଲକ୍ଷ୍ମୀକାନ୍ତ ଦାସ, ପ୍ରାଧ୍ୟାପକ ଶରତ କୁମାର ସାହୁ, ରଞ୍ଜିତ କୁମାର ସାମଲ, ଦୟାସାଗର ନାୟକ, ବୈକୁଣ୍ଠ ନାଥ ପୃଷ୍ଟି , ଶାନ୍ତିଲତା ବାରିକ, ସୁବର୍ଣ୍ଣ ସାମନ୍ତରାୟ,ଜଗତାନନ୍ଦ ପ୍ରଧାନ, ବିଚିତ୍ର ପ୍ରଧାନ, ତ୍ରିବିକ୍ରମ ପ୍ରଧାନ, ସୁକାନ୍ତ ପ୍ରଧାନ ମତଲୁବ ମହମ୍ମଦ ପ୍ରମୁଖ ସହୋଯୋଗ କରିଥିବା ବେଳେ କାଶିନାଥ ନାୟକଙ୍କ ସଂଜଜୋନା ରେ ଆଲୋଚନା ଚକ୍ର ଟି ସମ୍ପାଦିତ ହୋଇଯାଇଛି।
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)