March 11, 2026

ମୋହନା ହିଲ୍-ଟପ୍ ଡିଗ୍ରୀ କଲେଜ ରେ ଜଗନ୍ନାଥ ସଂସ୍କୃତି ଉପରେ ପାଠ ଚକ୍ର ଅନୁଷ୍ଠିତ …

yugtu
Share


ଗଜପତି ଜିଲ୍ଲା ମୋହନା ଠାରେ ଥିବା ହିଲ-ଟପ୍ ଡିଗ୍ରୀ କଲେଜରେ ନୂଆଁ -ଓ ଯୋଜନା ମାଧ୍ୟମରେ କଲେଜ ଛାତ୍ର ଛାତ୍ରୀ ଙ୍କୁ ଜଗନ୍ନାଥ ସଂସ୍କୃତି ଉପରେ ଏକ ଗବେଷଣାତ୍ମକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ପାଠଚକ୍ର କୁ ଦକ୍ଷିଣାଞ୍ଚଳ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସିଦ୍ଧାର୍ଥ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଡକ୍ଟର ସୁବାଷ ଚନ୍ଦ୍ର ପଣ୍ଡା ଭଞ୍ଜ ଗବେଷକ ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପ୍ରମୋଦ କୁମାର ସ୍ୱାମୀଜୀ ଯୋଗ ଦେଇ ଜଗନ୍ନାଥ ସଂସ୍କୃତି ଉପରେ ସାରଗର୍ଭକ ଉକ୍ତି ଉପସ୍ଥାପନ କରି ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷଶୁଭ୍ରକାନ୍ତ ମହାନ୍ତି, ପ୍ରଣବା ନନ୍ଦ ପାଟଯୋଷି, ଜଗନ୍ନାଥ ପଣ୍ଡା, ଡ. ମନୋରଞ୍ଜନ ପାଣିଗ୍ରାହୀ,ସ୍ଵୟଂପ୍ରଭା ସାହୁ, ରିତା କୁମାରୀ ଶତପଥି, ସନ୍ତୋଷ କୁମାର ନନ୍ଦ, ଅସ୍ମିତା ସ୍ବାଇଁ ଙ୍କ ସମେତ ଅଧ୍ୟାପକ ସୁଖ ବିନ୍ଦର ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।