November 24, 2024

ସୁବାଷ ବୋଷ ଙ୍କ ପ୍ରତି ମୂର୍ତ୍ତି ଉନ୍ମଚିତ………

Share

ଉମରକୋଟ:-ନବରଙ୍ଗପୁର ଜିଲା ଉମରକୋଟ ସହରର ୱାର୍ଡ ନଂ ୧୨ ଡଙ୍ଗରି ଗୁଡା ପଡିଆ ଠାରେ ଉମରକୋଟ ପୌର ପରିଷଦ ପକ୍ଷରୁ ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ଦିନ ଅବସର ରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରା ଯାଇଛି। ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ଏମପି ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ବରିଷ୍ଠ ନେତା ଜୟଦେବ କୁମାର ପରିଡ଼ା, ପୌର ଅଧକ୍ଷା ରାଧା ଭତ୍ରା, ଉପାଧକ୍ଷ ସୁଧାଂଶୁ ଦାସ, ନିଖିଳ ଭାରତ ବଙ୍ଗୀୟ ସମାଜ ର ସଭାପତି ତପନ କୁମାର ଦେବ ନାଥ, ପୁର୍ବତନ ନଗରପାଳ ଝାଡେଶ୍ୱର ମହାନ୍ତି ,କାଉନସିଲର ଶିଖା ବିଶ୍ଵାସ,ରେବା ମଣ୍ଡଳ, ମନୋଜ କୁମାର ନାୟକ, ଚିତ୍ତରଞ୍ଜନ ପାତ୍ର, ନେତ୍ର ହରିଜନ,ନିର୍ବାହୀ ଅଧିକାରୀ ପୁଋଷତମ ବେନିୟା ପ୍ରମୁଖ ଉପସ୍ଥିତ ଥିଲେ।ପ୍ରତି ମୂର୍ତ୍ତି ଉନ୍ମଚିତ ହେବା ପରେ ସେଠାରେ ଏକ ସଭାର ଅୟୋଜନ କରା ଯାଇ ଅତିଥି ମାନେ ନେତାଜୀ ଙ୍କ ଜୀବନୀ ଉପରେ ସ୍ମୃତି ଚାରଣ କରିଥିଲେ। ପ୍ରତିମୂର୍ତ୍ତି ପାଈଁ ବଙ୍ଗୀୟ ସମାଜ ଓ ବୁଦ୍ଧିଜୀବୀ ମହଲରୁ ପୌର ପରିଷଦକୁ କୃତଜ୍ଞତା ଜ୍ଞାପନ କରା ଯାଇଥିଲା। ନେତାଜୀ ଙ୍କ ଜୟନ୍ତୀ ଅବସରରେ ଆଜି ପ୍ରଭାତ ଫେରି କରାଯାଇ ରଘୁପତି ରାଘବ ରାଜାରାମ ସଂଗୀତ ଗାନ କରାଯାଇଥିଲା। ନୂତନ ବସଷ୍ଟାଣ୍ଡ ଠାରୁ ୟୁଭି ୩ ପର୍ଯ୍ୟନ୍ତ ଛାତ୍ରୀ,ଛାତ୍ର, ଯୁବତୀ, ଯୁବକ ଶୋଭା ଯାତ୍ରାରେ ବାହାରି ଡଙ୍ଗରିଗୁଡା ପର୍ଯ୍ୟନ୍ତ ଆସିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୌର ପରିଷଦ ର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ହିମାଂଶୁ ଭୁଷଣ ମହାନ୍ତି, ସମସ୍ତ ପୌର କର୍ମଚାରୀ ବଙ୍ଗୀୟ ସମାଜ ପକ୍ଷରୁ ମନ୍ମଥ ରୟ, ତପନ ପାଲ, ସଂଜିତ୍ ବିଶ୍ଵାସ , ସଂଜିତ ମଣ୍ଡଳ, ସନ୍ତୋଷ ସରକାର , ମାନସ ଭୌମିକ ପ୍ରମୁଖ ଉପସ୍ଥିତ ଥିଲେ। ମହାପୁରୁଷ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଅବସରରେ ସ୍ବାମୀ ବିବେକାନନ୍ଦ ବିଦ୍ୟାଳୟ ଓ ଡଙ୍ଗରିଗୁଡା ବିଦ୍ୟାଳୟର ଛାତ୍ରୀ ଛାତ୍ର ଓ ଶିକ୍ଷୟିତ୍ରୀ,ଶିକ୍ଷକ ଓ ବୁଦ୍ଧିଜୀବୀ ମଧ୍ୟ ସେଠାର ଉପସ୍ଥିତ ଥିଲେ।

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)