November 21, 2024

 ଆସିଲେନି ଜିଲ୍ଲାପାଳ ଓ ଏସ ପି । ଏ, ଡି ଏମ, କଲେ ଜନ ଶୁଣାଣି । ମାଠିଆ ଗରା ଧରି ମହିଳା ଦେଲେ ଧାରଣା ।

Share

 

ଅସ୍ତରଂଗ,, ପୁରୀ ଜିଲ୍ଲାଯିଲା ପ୍ରଶାସନ ତରଫରୁ ଅସ୍ତରଙ୍ଗ ବ୍ଲକ ସଭାଗୃହରେ ବ୍ଲକ ସ୍ତରୀୟ ଜନ ଶୁଣାଣି ବା ଅଭିଯୋକ ପ୍ରକୋଷ୍ଟ ଅନୁଷ୍ଠିତ ହୋଇ ଯାଇ ଅଛି । ପୁରୀ ଜିଲ୍ଲା ପାଳ ଓ ଏସ,ପି ବୈଠକ ରେ ଅନୁ ପସ୍ଥିତ ଥିବାରୁ ବହୁ ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ ଓ ଏହିପରି ଅନେକ ଜନ ଶୁଣାଣି ଅତୀତରେ କରାଯାଇ କୌଣସି କାର୍ଯ୍ୟ ହୋଇ ନ ଥିବାରୁ ପ୍ରଥମରେ ଅଭିଯୋଗ ଆସିଥିଲା । ଶୁଣାଣି ପ୍ରାରମ୍ଭ ରେ ଶିଶୁଅ ଗ୍ରାମ ପଞ୍ଚାୟତ ର ବହୁ ମହିଳା ପାନୀୟ ଜଳ ଯୋଗାଣ ଦାବିରେ, ମାଠିଆ , ଗରା ଆଦି ଧରି ଶୁଣାଣି ହେଉଥିବା ଗୃହର ମଧ୍ୟ ଭାଗରେ ଧାରଣା ଦେବାରୁ ,ପ୍ରାୟ ଏକ ଘଣ୍ଟା ଧରି ଶୁଣାଣି କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏ ଡି ଏମ,କୈଳାଶ ଚନ୍ଦ୍ର ନାୟକ ଓ ,ଏ ପିଡି,ରସ୍ମିରେଖା ଦାସ ,ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ ଙ୍କ ଆଲୋଚନା ପର୍ଯ୍ୟାଲୋଚନା ପରେ ମହିଳା ମାନେ ଧାରଣାରୁ ଉଠି ଥିଲେ । ଛୁରିଅନା ଗ୍ରାମପଞ୍ଚାୟତ କୁ ପାନୀୟ ଜଳ ଯୋଗାଣ ଓ ପିର ଜାହାନିଆ ପୀଠର ସୋନ୍ଦର୍ଯ୍ୟ କରଣ ସହ, ବିଚ୍ କୁ ବ୍ଲୁ ଫ୍ଲାଗ ମାନ୍ୟତା ନେଇ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ ସହ, ଲିଖିତ ଅଭିଯୋଗ କରାଯାଇ ଥିବା ଜଣା ପଡିଛି । ଅଭିଯୋଗ ଶୁଣାଣିରେ ବାଉନ ଗୋଟି ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିବା ବେଳେ,ସେଥି ମଧ୍ୟରୁ,ଇନ୍ଦିରା ଆବାସ,ରେଶନ କାର୍ଡ, ପିଇବା ପାଣି, ଅଙ୍ଗନୱାଡ଼ି,ଘରପୋଡି ସାହାଯ୍ୟ ଆଦି ରହି ଅଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଆରତୀ ନାଏକ,ତହସିଲଦାର ରାଜଲକ୍ଷ୍ମୀ ନାୟକ,ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ଇତିଶ୍ରୀ ନାୟକ,ଯନ୍ତ୍ରୀ ଶୁଭେନ୍ଦୁ ନାୟକ,ବି ଡି ଓ,ବବିତା ମଞ୍ଜରୀ ନାୟକ,ଅତିରିକ୍ତ ବି ଡି ଓ,ଯୋଗେନ୍ଦ୍ର ମହାକୁଡ,ଜିଲ୍ଲା ପରିଷଦ ସଭ୍ୟ ସରସ୍ଵତୀ ସ୍ବାଇଁ, ସମିତି ସଭ୍ୟ ଆରତୀ କାଣ୍ଡ୍ଡି ମନ୍ଦାକିନୀ ଛାଟୋଇ ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜଣ ଶୁଣାଣିରେ ଭାଗ ନେଇଥିଲେ । ଅଭିଯୋଗ ଶୁଣାଣୀର ସମସ୍ତ କାର୍ଯ୍ୟକ୍ରମ କୁ ସମ୍ପାଦାନ କରିଥିଲେ,ଅସ୍ତରଙ୍ଗ ର ପୂର୍ବତନ ସରପଂଚ ଦିବାକର ଛାଟୋଇ ।
ଦୁଃଶାସନ ନାୟକ,ଅସ୍ତରଙ୍ଗ