ମା ଶାରଳା ଙ୍କୁ ଦର୍ଶନ କଲେ ଓଡିଶା ନ୍ୟାୟଳୟ ର ବିଚାରପତି

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
ଓଡିଶା ହାଇକୋର୍ଟ ର ବିଚାରପତି ମାନସ ରଞ୍ଜନ ପାଠକ ଗତ ରବିବାରଦିନ ପ୍ରାତଃ ସମୟରେ ବାଣିକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମାଆ ସାରଳା ଠାକୁରାଣୀ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ନିମନ୍ତେ, ସପତ୍ନୀଙ୍କ ସହିତ ଏଠାରେ ପହଂଚିବା ପରେ ତିର୍ତ୍ତୋଲ ତହସିଲଦାର ମହେଶ୍ୱର ବେହେରା, ତିର୍ତ୍ତୋଲ ଥାନା ଆଇ ଆଇ ସି ପ୍ରଦୀପ୍ତ କୁମାର ସେଠୀ, କନକ ପୁର ପୋଲିସ ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ଭୋଳ, ସାରଳା ମନ୍ଦିର ପ୍ରଶାସନିକ ଅଧିକାରୀ ବରଦାପ୍ରସାଦ ମହାନ୍ତି, ଡିଜେ ପ୍ରଦ୍ୟୁମ୍ନ ନାୟକ, ରେଜିଷ୍ଟାର ବିଶ୍ୱକଳ୍ପିତା ମହାନ୍ତି ପ୍ରମୁଖ ତାଙ୍କୁ ସ୍ୱାଗତକରି ମନ୍ଦିର ଭିତରକୁ ପାଛୋଟି ନେଇଥିଲେ l ପୀଠ ପୁରୋହିତ ବିଶ୍ୱରଞ୍ଜନ ରାଉଳ, ନ୍ୟାୟମୂର୍ତ୍ତି ଙ୍କ ନିମନ୍ତେ ମାଆଙ୍କ ପୂଜାର୍ଚ୍ଚନା କରିବା ପରେ, ସପରିବାରେ ବେଢା ପରିକ୍ରମା ଓ ପାର୍ଶ୍ଵ ଦେବଦେବୀ ଦର୍ଶନ କରିବା ପରେ ନିକଟରେ ଥିବା ପ୍ରସିଦ୍ଧ ବିଭୁତିକ୍ଷେତ୍ରରେ ମଧ୍ୟ ବାବା ଗୋରେଖନାଥ ଙ୍କ ଦର୍ଶନକରି ବାବା ଙ୍କ କୃପାଭିକ୍ଷା କରିଥିଲେ l ସୂଚନାଯୋଗ୍ୟ ପୂର୍ବଦିନ ନ୍ୟାୟମୂର୍ତ୍ତି ଜଗତସିଂହପୁର କୋର୍ଟ ଓ କୁଜଙ୍ଗ କୋର୍ଟ କୁ ସରକାରୀ ଗ୍ରସ୍ତରେ ଆସିଥିବା ବେଳେ ପରଦିନ ସକାଳେ ଏହି ଉଭୟ ପୀଠ ପରିଦର୍ଶନ କରିଥିବାର ଜଣାଯାଇଛି l
