ଲୁଣ ଭାବି ଥିମେଟ ଖାଇଦେଲେ ୩ଶିଶୁ; ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି.

IMG-20251123-WA0064
Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ବାଲେଶ୍ବର ଜିଲ୍ଲା‌ ନୀଳଗିରି ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପରିବାର ଲୋକେ ବିଲକୁ ଧାନ କାଟିବାକୁ ଯାଇଥିବା ସମୟରେ କେତେକ ପିଲା ଗାଁ ଦାଣ୍ଡରେ ଖେଳୁଥିଲେ। ସେମାନଙ୍କୁ ଭୋକ ଲାଗିବାରୁ ଘରୁ ଲୁଣ ଆଣିଥିବା ଭାବି ଥିମେଟ ସହ ପିଆଜ ଗୋଳାଇ ଖାଇ ଦେଇଥିଲେ। ନୀଳଗିରି ବ୍ଲକ ମହିଷାପଟା ପଞ୍ଚାୟତ ଶାଳବଣି ରାଜାସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଥିମେଟ ଖାଇ ଉକ୍ତ ଗାଁର ବାବୁଲା ସିଂ ପୁଅ ଯୁବରାଜ ଅକ୍ଷୟ ସିଂ ଝିଅ ଇନ୍ଦୁରେଖା ଓ ରମେଶ ସିଂ ପୁଅ ଘନଶ୍ୟାମ ଗୁରୁତର ହୋଇଛନ୍ତି।

ପରିବାର ଲୋକେ ବିଲରୁ କାମ ସାରି ଫେରିବା ପରେ ସେମାନଙ୍କୁ ପ୍ରଥମେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି। ସେପଟେ ଖବର ଲେଖିବା ବେଳକୁ ଯୁବରାଜଙ୍କ ଅବସ୍ଥା ଅଧିକ ସାଙ୍ଘାତିକ ହେବାରୁ ତାଙ୍କୁ ରାତି ୧୨ଟା ରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି.