March 13, 2026

ଜିଲ୍ଲାସ୍ତରୀୟ ପୁରୁଷ ବନ୍ଧ୍ୟାକରଣ ପକ୍ଷ ସଚେତନତା ବୈଠକ ଅନୁଷ୍ଠିତ

IMG-20231123-WA0042
Share

ଜିଲ୍ଲାସ୍ତରୀୟ ପୁରୁଷ ବନ୍ଧ୍ୟାକରଣ ପକ୍ଷ ସଚେତନତା ବୈଠକ ଅନୁଷ୍ଠିତ

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ପୁରୁଷ ବନ୍ଧ୍ୟାକରଣ ପକ୍ଷର ସଚେତନତା ବୈଠକ ଓ ବ୍ଲକ ସ୍ତରୀୟ କୃଷ୍ଠରୋଗ, ପୁରୁଷ ବନ୍ଧ୍ୟାକରଣ ପକ୍ଷ , ମେଲେରିଆ,ଟିବି, ନିମୋନିଆ ସଚେତନତା ମାସ ବିଷୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏଡିପିଏଚଇଓ ମମତା ସାହୁ ,ଏଡିପିଏଚସିଓ ବେଣୁଧର ନାୟକ,ରାମନାଗୁଡା ମେଡିକାଲ ଅଫିସର ସୈାରଭ ମହାପାତ୍ର,ବ୍ଲକ ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ, ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ,ସୁଣ୍ଡିଢାମୁଣୀ ସରପଞ୍ଚ ଭାସ୍କର କାଡ୍ରାକା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂର୍ଯ୍ୟ ନାରାୟଣ ପ୍ରାଣୀଗ୍ରାହୀ, ଡଃ ଭାଗବତ ପ୍ରସାଦ ପାଢ଼ୀ, ଡଃ ସିଦ୍ଧାର୍ଥ ମଲ୍ଲିକ, ଡଃ ପ୍ରଭାତ ଦାସ ,ବିପିଏମ କମଳାକର ରାଓ,ସିଏଚସି ଆକାଉଣ୍ଟାଣ୍ଟ ରମାଞ୍ଚଳ ଗୈଡ ପ୍ରମୁଖ ମଞ୍ଚାସୀନ ଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀରେ ପୁରସ୍କୃତ ହୋଇଥିବା ରାମନାଗୁଡାର ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀଙ୍କୁ ବ୍ଲକସ୍ତରରେ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଡଃ ଭାଗବତ ପ୍ରସାଦ ପାଢ଼ୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଡଃ ସିଦ୍ଧାର୍ଥ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସଂଘମିତ୍ରା ମହାପାତ୍ର ପରିଚାଳନା କରିଥିଲେ।

ରିପୋର୍ଟ ସଞ୍ଜିବ କୁମାର ଦାଶ