October 5, 2024

ଆଲୁଅରେ ଝଲସିଲା ଅନ୍ଧାରିଆ ସାହି , ସାହି ବାସିନ୍ଦା ଖୁସ୍

Share

ଆଲୁଅରେ ଝଲସିଲା ଅନ୍ଧାରିଆ ସାହି , ସାହି ବାସିନ୍ଦା ଖୁସ୍
ବୁଗୁଡ଼ା : ତା ୨୩/୧୧/୨୩ : ବୁଗୁଡ଼ା ଏନ୍‌ଏସିର ଓ୍ବାର୍ଡ ନଂ-୭ ଅନ୍ତର୍ଗତ ଅନ୍ଧାରିଆ ସାହି ଏବେ ଆଲୋକରେ ଝଲସି ଉଠୁଛି । ସରକାରଙ୍କ ମୁକ୍ତା ଅନୁଦାନରେ ନିର୍ମିତ ସାହିର ପ୍ରବେଶ ଦ୍ଵାରରେ ରଙ୍ଗୀନ ଆଲୋକରେ ସଜ୍ଜିତ ନାମ ଫଳକ ତୋରଣ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ସାହି ଭିତରେ ଉଭୟ ପାର୍ଶ୍ଵରେ ସୋଲାର ଲାଇଟ୍ ସାଙ୍ଗକୁ ଅନ୍ୟାନ୍ୟ ବତୀଖୁଣ୍ଟମାନ ଶୋଭା ପାଉଛି । ବୁଗୁଡା ଏନ୍ଏସି ମଧ୍ୟରେ ଅନେକ ସାହି ରହିଥିଲେ ସୁଦ୍ଧା ଏଭଳି ଆଲୋକୀକରଣ ବ୍ଯବସ୍ଥା ଅନ୍ଧାରିଆ ସାହିରେ ହୋଇଥିବାରୁ ସେଠାକାର ବାସିନ୍ଦା ଉତ୍ସାହିତ ଥିବା ଦେଖାଯାଇଛି । ସେହି ସାହିର ପୌଢବ୍ଯକ୍ତିମାନଙ୍କ କହିବା ପ୍ରକାରେ ବହୁ ବର୍ଷ ପୂର୍ବେ ସେହି ସାହି ପଟ ଦେଇ ରାତିରେ ଯିବାଆସିବା କରିବା ବେଳେ କିଟିକିଟି ଅନ୍ଧାର ଯୋଗୁଁ ଆବୁଡା ଖାବୁଡ଼ା ରାସ୍ତାରେ ଲୋକେ ଝୁଣ୍ଟୁ ଥିବାରୁ ତାହାର ନାମ ଅନ୍ଧାରିଆ ସାହି ବୋଲି ରହିଥିଲା । ସାହିର ନାମ ଅନ୍ଧାରିଆ ରହିଥିଲେ ହେଁ ରାତିରେ ବିଦ୍ଯୁତ୍ କାଟ ବେଳେ ମଧ୍ୟ ସୋଲାର ଲାଇଟ୍ ଆଲୁଅରେ ସାହି ଝଲସି ଉଠୁଥିବାରୁ ସେଠାକାର ବାସିନ୍ଦା ଏହାର ଶ୍ରେୟ ଯୁବ କାଉନସିଲର ଆଶୁତୋଷ ବଢେଇଙ୍କୁ ଦେଇଥିବା ବେଳେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି । ଅନ୍ୟପକ୍ଷରେ, ବୁଗୁଡ଼ା ଏନଏସି ଅନ୍ତର୍ଗତ ବିଭିନ୍ନ ଓ୍ବାର୍ଡର ଅନେକ ସାହି ଅନ୍ଧକାରରେ ରହୁଥିବାରୁ ସାଧାରଣରେ ଭିନ୍ନ ପ୍ରତିକ୍ରିୟା ଦେଖାଦେଇଛି ।