March 13, 2026

ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଦୁଇ ଜଣ I

IMG-20231123-WA0040
Share

ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଦୁଇ ଜଣ I
++++++++++++++++++++++++++++++++
କୋରାପୁଟ ଜିଲ୍ଲା ବନ୍ଧୁଗାଁ ତା ୨୩/୧୧/୨୩: ନାରାୟଣପାଟଣା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି I ସ୍ଥାନୀୟ ପ୍ରମେୟ ପ୍ରତିନିଧି ନାରାମଚେଟି ସନ୍ତୋଷ କୁମାର ଓ ତାଙ୍କ ସାଥୀ ସହ ନାରାୟଣାପାଟଣା ରୁ ବୋରିଗୀ ଗ୍ରାମକୁ ସେଲରିଓ କାର ରେ ଯାଉଥିବା ବେଳେ ଶହଳ କିମି ଅତିକ୍ରମ କରିବା ପରେ ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବାକୁ ମାତ୍ର ଗୋଟିଏ କିମି ଦୂର ଥିବାବେଳେ ସର୍ଟ ସରକ୍ୟୁଟ ହୋଇ କାର ରେ ନିଆଁ ଲାଗିଯାଇଥିଲା I କାର ନଂ ମ୍ବର OD 10M 2169.
ନିକଟରେ କେହି ନ ଥିବା ଯୋଗୁଁ ନିଆଁ କୁ ଆୟତ୍ତ କରିପାରିନଥିଲେ I ଚାହୁଁ ଚାଁହୁ ନିଆଁ ବ୍ୟାପି ଯାଇ ଥିଲା ଫଳରେ କାର ଟି ସମ୍ପୂର୍ଣ୍ଣ ପୋଡି ଯାଇଥିଲା I ବନ୍ଧୁଗାଁ ଓ ନାରାୟଣପାଟଣା ର ଅଗ୍ନିଶ୍ରମ ବିଭାଗ ପହଁଚିଲା ବେଳକୁ ସବୁ ପୋଡ଼ିଯାଇଥିଲା I ଘାଟି ରାସ୍ତା ହୋଇଥିବାରୁ ଅଗ୍ନିଶ୍ରମ ଗାଡି ଜଲଦି ପହଞ୍ଚି ପାରି ନ ଥିଲା I ଦୁଇ ଦୁଇଜଣ ଆଜି ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି I
କୋରାପୁଟ ଜିଲ୍ଳା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ
ଖବର ଉପାନ୍ତ ଓଡିଶା