October 5, 2024

ଶିଶୁ ସୁରକ୍ଷା ଓ ବାଲ୍ୟବିବାହ କୁ ରୋକିବା ନିମନ୍ତେ ପ୍ରଶିକ୍ଷଣ

Share

ଶିଶୁ ସୁରକ୍ଷା ଓ ବାଲ୍ୟବିବାହ କୁ ରୋକିବା ନିମନ୍ତେ ପ୍ରଶିକ୍ଷଣ

(ନବରଙ୍ଗପୁର ଜିଲ୍ଲା ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)
ସ୍ଥାନୀୟ ବ୍ଲକ ସଭା ଗୃହରେ ଶିଶୁ ସୁରକ୍ଷା ଓ ବାଲ୍ୟବିବାହ କୁ ରୋକିବା ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ନନ୍ଦହାଣ୍ଡି ଗୋଷ୍ଠିଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ପାରମ୍ଭରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟବିବାହ ନିଷେଧ ଅଧିକାରୀ ସସ୍ମିତାବାଳା ମହାନ୍ତି ଶିବିରର ଉଦେଶ୍ୟ ଜ୍ଞାମ୍ପନ କରିବା ସହିତ ସରକାରୀ ବିଧିବ୍ଯବସ୍ଥା ରେ କିଶୋରୀ ମାନଙ୍କ ନିମନ୍ତେ ଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଏଥି ସହିତ ସମସ୍ତ ସରପଞ୍ଚ ମାନେ ବାଲ୍ୟବିବାହ କୁ ରୋକିବା ପାଇଁ ନିଜ ଗ୍ରାମପଞ୍ଚାୟତ ସଚେତନ କରିବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟଅତିଥି ଭାବରେ ଯୋଗଦେଇ ଗୋଷ୍ଠିଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସାହୁ ବ୍ଲକର ସମସ୍ତ ଶିଶୁ ମାନଙ୍କୁ ସୁରକ୍ଷିତ ରହିବା ପାଇଁ ଗ୍ରାମସ୍ତରରେ , ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରରେ ଥିବା ଶିଶୁ ସୁରକ୍ଷା କମିଟି ଗୁଡିକ ର ସଭ୍ଯ ସଭ୍ୟା ମାନଙ୍କର ଦାୟିତ୍ଵ ଓ ଭୂମିକା ଉପରେ ଆଲୋକ ପାତ କରିବା ସହିତ ଶିଶୁଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଉପରେ ସୂଚନା ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବ୍ୟକ୍ତି ଭାବରେ ଯୋଗଦେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ମିଳିତ ଜାତିସଂଘର ଶିଶୁ ଅଧିକାର ଘୋଷଣା ପତ୍ର ଅନୁଯାୟୀ ଶିଶୁ ର ଅଧିକାର ଓ ସୁରକ୍ଷା , ବାଲ୍ୟ ବିବାହର କାରଣ , ବାଲ୍ୟ ବିବାହରେ କିଶୋରୀ ମାନଙ୍କ ଉପରେ ପଡିଥିବା ପ୍ରଭାବ ,ପଞ୍ଚାୟତ ସ୍ତରରେ ଶିଶୁ ସୁରକ୍ଷା କମିଟିର ଭୂମିକା , କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସର ଦାୟିତ୍ଵ ଉପରେ ମତବ୍ୟକ୍ତ କରିଥିଲେ । ପରେ ପରେ ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ନେବାକୁ ଥିବା ବିଭିନ୍ନ ପଦକ୍ଷେପ ଓ କିଶୋରୀ ମାନଙ୍କ ନିମନ୍ତେ ଥିବା ସରକାରୀ ଯୋଜନା ଉପରେ ଉପସ୍ଥାପନା କରିଥିଲେ । ଏହି ଶିବିରରେ ସାଧନ ବ୍ୟକ୍ତି ଭାବରେ ଯୋଗଦେଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଲିଗାଲପ୍ରୋହିବେସନ ଅଫିସର କିଶୋର ମାର୍ଥା ଓ ପୂର୍ବତନ ସିଡିପିଓ ମନୋରମା ମାଝି ଯୋଗଦେଇ ଶିଶୁର ସୁରକ୍ଷା ଓ ଅଧିକାର , ମିଶନବାସଲ୍ୟ , ପୋଷ୍ୟ ସନ୍ତାନଗ୍ରହଣ ଆଇନ ଉପରେ ବିଷଦଭାବରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକର ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଶଚୀ ତ୍ରିପାଠୀ, ଡା ଚିରାଗ କୁମାର ନାଗ, ସୁପରଭାଇଜର ସଂଗୀତା ଦାସ ,ଶାନ୍ତିଳତା ଭୂମିଆ , ମନିକା ସରକାର , ମିଶନ ଶକ୍ତି କୋଡିନେତ୍ର ପ୍ରିୟଦର୍ଶନି ଖଟୁଆ,ପୋଷଣ ସଂଯୋଜକ ଚରଣ ସିଂବିଶି , ମମତା ସଂଯୋଜିକା ସୁପ୍ରଭା ତ୍ରିପାଠୀ ,ଉପସ୍ଥିତ ସମସ୍ତ ସରପଞ୍ଚ ପ୍ରମୁକ୍ଷ ଆଲୋଚନାରେ ଭାଗନେଇ କିଶୋରୀ ମାନଙ୍କ ନିମନ୍ତେ ଥିବା ସରକାରୀ ଯୋଜନା ଉପରେ ଆଲୋକ ପାତ କରିବା ସହିତ, ଗ୍ରାମ ପଞ୍ଚାୟତ କମିଟିର ସଭ୍ଯମାନେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ନିମନ୍ତେ ସେମାନଙ୍କର ଏକ ଗୁରୁ ଦାୟିତ୍ଵ ରହିଛି ବୋଲି ମତବ୍ୟକ୍ତ କରିଥିଲେ ।