March 10, 2026

ତପ୍ତପାଣି ଘାଟିରେ ଦୁର୍ଘଟଣା ଟ୍ରକ୍ ଧକ୍କାରେ ଖେଳ ଶିକ୍ଷକଙ୍କ ମୃତ୍ୟୁ

IMG-20250923-WA0169
Share

 

 

ସାନଖେମୁଣ୍ଡି—-ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି  ଘାଟିରେ ମଙ୍ଗଳବାର ସନ୍ଧ୍ୟାରେ ଏକ ହାଇୱା ଟ୍ରକ ଧକ୍କାରେ ଜଣେ ଖେଳ ଶିକ୍ଷକଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ରାମକୃଷ୍ଣ ପାଣିଗ୍ରାହି(୩୨)। ସେ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ହାଇସ୍କୁଲ ର ଖେଳ ଶିକ୍ଷକ ଭାବେ କାର୍ଯ୍ୟକରୁଥିଲେ। ସେ  ବାଇକ ଯୋଗେ ମୋହନା ରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ବେଳେ ତପ୍ତପାଣି ଘାଟି ରେ ଏହି ଦୁର୍ଘଟଣା ଘଟିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।  ଚିକିତ୍ସାଧିନ ଅବସ୍ଥାରେ ଡ଼ାକ୍ତର ରାମକୃଷ୍ଣଙ୍କ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ପାଟପୁର ପୋଲିସ ଟିମ୍ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇ ଘଟଣାର ତଦନ୍ତ ଚଳାଇଛନ୍ତି। ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର