September 29, 2024
Share

 

୧-ସନ୍ତରଣକାରୀ ପ୍ରତ୍ୟାଶା ରାୟ ପାଇବେ ୨୦୨୪ ମସିହାର ସମ୍ମାନଜନକ ଏକଲବ୍ୟ ପୁରସ୍କାର।

 

୨-ଭରତପୁର ଥାନା ଘଟଣା: ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, କୋର୍ଟ ତଦାରଖରେ ତଦନ୍ତ ପାଇଁ ହାଇକୋର୍ଟଙ୍କୁ ଅନୁରୋଧ।

 

୩-ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରେ ଯାନ୍ତ୍ରିକ ତ୍ରୁଟି, ମୟୂରଭଞ୍ଜ ଗସ୍ତ ବାତିଲ,କାରରେ ଭୁବନେଶ୍ୱର ଫେରିଲେ।

 

୪-ପୁରୀ ଛଇତନା ବଜାର:ମାଗଣା ଚିକେନ୍ ପକୋଡ଼ା ପାଇଁ ଲମ୍ବା ଧାଡ଼ି, ୪ ଘଣ୍ଟାରେ ୨ କୁଇଣ୍ଟାଲ୍ ମାଂସ ଶେଷ।

 

୫-ଭୁବନେଶ୍ୱର, ଜାମୁକୋଳି: ଘରୋଇ ଇଞ୍ଜିନିୟରିଂ କଲେଜରେ କମେଣ୍ଟ ମରାକୁ ନେଇ ଛାତ୍ର ଅଶାନ୍ତି, କଲେଜ ସାଇନ୍ ଡାଏ।

 

୬-ବାଳକାଟି:ଗଣେଶ ଭସାଣ ଶୋଭାଯାତ୍ରାରେ ଗଣ୍ଡଗୋଳ, ଏକାଧିକ ଆହତ।

 

୭-ଭରତପୁର ଥାନା ମାମଲାରେ ଆସନ୍ତା ମଙ୍ଗଳବାର ଭୁବନେଶ୍ଵର ବନ୍ଦ ଡାକରା, ୬ ଘଣ୍ଟିଆ ବନ୍ଦ ଡାକରା ଦେଲା ବିଜେଡି।

 

୮-ଭରତପୁର ଥାନା ବିବାଦରେ ତନାଘନା ତଦନ୍ତ, ଗିରଫ ହୋଇପାରନ୍ତି ଥାନାର ନିଲମ୍ବିତ ଆଇଆଇସି।

 

୯-ଦଶହରା ଭଷାଣୀରେ ବାଜିବ ନାହିଁ ଡିଜେ, ଫୁଟିବନି ବାଣ : କଟକ ଅତିରିକ୍ତ ଡିସିପି।

 

୧୦-କଟକ:’ରାଜ୍ୟରେ ଭାଙ୍ଗିବ ବିଜେପି ସରକାର !’ ଦେବାଶିଷଙ୍କ ମନ୍ତବ୍ୟକୁ ନେଇ ଜୋର ଧରିଲା ରାଜନୀତି।

 

୧୧-ବାଲେଶ୍ୱର:ଅଙ୍ଗନବାଡ଼ି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା, ୩ ମହିଳା ଗିରଫ।

 

୧୨-କଳାହାଣ୍ଡି,ବେତିଆପଡା ଗାଁ:ମହୁମାଛି ଆକ୍ରମଣରେ ଗଲା ଜୀବନ, ଜଣେ ମୃତ, ୪ ଗୁରୁତର।

 

୧୩-ନୂଆ ଦିଲ୍ଲୀ:GST ହାର ପରିବର୍ତ୍ତନ, ବୁଧବାର ହେବ ନିଷ୍ପତ୍ତି।

 

୧୪-ଭାରତକୁ ଇଲିଶି ରପ୍ତାନି କଟକଣା ହଟାଇଲା ବାଂଲାଦେଶ।

 

୧୫-ରେଳବାଇରେ ପୁଣି ନିଯୁକ୍ତି ସୁଯୋଗ; ପୂରଣ ହେବ ୫ ହଜାରରୁ ଅଧିକ ପଦବୀ: rrc-wr.comରେ ଅନଲାଇନ୍ ଆବେଦନ କରନ୍ତୁ।

 

୧୬-ତିରୁପତି ଲଡୁ ବିବାଦ: ପ୍ରାୟଶ୍ଚିତ କରିବେ ପବନ କଲ୍ୟାଣ, ୧୧ ଦିନ ରହିବେ ଉପବାସ।

 

୧୭-ନୂଆ ଦିଲ୍ଲୀ:ନେଣଦେଣ ଶୁଳ୍କ ଲାଗୁ ହେଲେ UPI କରିବେନି ୭୫% ଲୋକ, ୨୨% କହିଲେ ବୋଝ ଉଠେଇବାକୁ ରାଜି।

 

୧୮-ପ୍ରଥମ ଟେଷ୍ଟ ମ୍ୟାଚ ଜିତିଲା ଭାରତ, ଭ୍ରମଣକାରୀ ବାଂଲାଦେଶକୁ ୨୮୦ ରନରେ ହରାଇଲା ଟିମ୍ ଇଣ୍ଡିଆ।

 

୧୯-ଇରାନର ଏକ କୋଇଲା ଖଣିରେ ବିସ୍ଫୋରଣ: ୫୧ ମୃତ, ୨୦ ଆହତ।

 

୨୦-ଆମେରିକାରେ ମୋଦୀଙ୍କ ମେଗା ଡିଲ୍‌ । ୩୧ଟି ଲଢୁଆ ଡ୍ରୋନ୍‌ କିଣିବ ଭାରତ।

 

*🙏 ସୁପ୍ରଭାତ 🙏*