September 29, 2024

ଆଜି ରାମନଗୁଡ଼ା ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ ଖେଳକୁଦ ପ୍ରତିଯୋଗୀତା ଆରମ୍ଭ ହୋଇଛି ଏହି ପ୍ରତିଯୋଗୀତା ଦୁଇ ଦିନ ଧରି ଚାଲିବ |ବ୍ଲକର ସମସ୍ତ୍ ବିଦ୍ୟାଳୟରୁ 14 ବର୍ଷରୁ କମ୍ ଓ 17 ବର୍ଷରୁ କମ୍ ପ୍ରାୟ 300 ଛାତ୍ରଛାତ୍ରୀ ଭାଗ ନେଇଛନ୍ତି

Share

ଆଜି ରାମନଗୁଡ଼ା ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ ଖେଳକୁଦ ପ୍ରତିଯୋଗୀତା ଆରମ୍ଭ ହୋଇଛି ଏହି ପ୍ରତିଯୋଗୀତା ଦୁଇ ଦିନ ଧରି ଚାଲିବ |ବ୍ଲକର ସମସ୍ତ୍ ବିଦ୍ୟାଳୟରୁ 14 ବର୍ଷରୁ କମ୍ ଓ 17 ବର୍ଷରୁ କମ୍ ପ୍ରାୟ 300 ଛାତ୍ରଛାତ୍ରୀ ଭାଗ ନେଇଛନ୍ତି | ଏହାର ଉଦଘାଟନୀ ଉତ୍ସବରେ ପଞ୍ଚାୟତ ସମିତି ରାମନଗୁଡ଼ା ଅଧ୍ୟକ୍ଷ ଶ୍ରୀ ରବି ଶଙ୍କର ଗମାଙ୍ଗ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଭାବେ ଓ ପାରୀକ୍ଷିତି ସରପଞ୍ଚ ସୂର୍ୟା ରାଓ କୁମୁରିକା ଓ ଗୋସେଇଁ ଗୁଲୁମୁଣ୍ଡା ପଞ୍ଚାୟତ ସମିତି ସଭ୍ୟା ସୁଷମା ଗୁରୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡା ଓ ଓଡ଼ିଆ ପ୍ରସଙ୍ଗରେ ବୁଝାଇଥିଲେ |ଉଦଘାଟନ ସଭାର ସଭାପତି ତଥା ଗୋଷ୍ଠୀ ଶିକ୍ଷାଧିକାରୀ ରାମନଗୁଡ଼ା ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରାମନଗୁଡ଼ା ଦ୍ୱୟ ଦାମୋଦର ହିମିରିକା ଓ ସୂର୍ୟ ନାରାୟଣ ପାଣିଗ୍ରାହୀ ମଞ୍ଚାସୀନ ହୋଇଥିଲେ ଓ ଖେଳ ଭାତୃଭାବ, ଶାନ୍ତି ଓ ମୈତ୍ରୀ ର ପ୍ରତୀକ ବୋଲି ନିଜ ନିଜ ଅଭିଭାଷଣରେ ମତ ରଖିଥିଲେ |

ସି ଆର୍ ସି ସି ଅଶ୍ୱିନୀ କୁମାର ତ୍ରିପାଠୀ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ସି ଆର୍ ସି ସି ରମେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |

 

ରିପୋର୍ଟ ସଞ୍ଜିବ୍ କୁମାର ଦାଶ