ସ୍ବଚ୍ଛ ଚର୍ଚ୍ଚା ଦିବସ ପାଳିତ ଏବଂ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ
ସ୍ବଚ୍ଛ ଚର୍ଚ୍ଚା ଦିବସ ପାଳିତ ଏବଂ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ
ବୁଗୁଡ଼ା : ତା ୨୩/୦୯/୨୩ : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବଚ୍ଛ ଚର୍ଚ୍ଚା ଦିବସ ପାଳନ ସାଙ୍ଗକୁ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଏନ୍ଏସି କଲ୍ଯାଣୀ ମଣ୍ଡପ ପରିସରରେ ଆୟୋଜିତ ଉକ୍ତ ଏକଦିବସୀୟ ଶିବିରକୁ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଉଦଘାଟନ କରିଥିବା ବେଳେ ଏଥିରେ ୫୨ ଜଣ ସଫେଇ କର୍ମଚାରୀ , ସମ୍ପଦ କେନ୍ଦ୍ରର ୬ ଜଣ କର୍ମଚାରୀ , ଏଫ୍ଏସଟିପି ପ୍ଲାଣ୍ଟର ୧୦ ଜଣ କର୍ମଚାରୀ , ସ୍ବଚ୍ଛ ସାଥୀ , ସୁପରଭାଇଜର , ଏନ୍ଏସିର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ଏ ଅବସରରେ ଓଡିଶା ସରକାର ଏବଂ ଭାରତ ସରକାରଙ୍କ ପକ୍ଷରୁ ସଫେଇ କର୍ମଚାରୀଙ୍କ କଲ୍ଯାଣାର୍ଥେ ଉଦ୍ଦିଷ୍ଟ ଉଜ୍ଜ୍ବଳା ଯୋଜନା , ଆବାସ ଯୋଜନା , ରାସନ କାର୍ଡ , ସ୍ବାସ୍ଥ୍ୟ ବୀମା , ଜୀବନ ବୀମା , ଆଇଏଚ୍ଏଚ୍ଏଲ୍ ଆଦି ସମ୍ପର୍କୈ ଆଲୋଚନା କରାଯାଇଥିଲା । ଏଥି ସହ ସମସ୍ତ ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ସେମାନଙ୍କୁ ପିପିଇ କିଟ୍ ପ୍ରଦାନ ପୂର୍ବକ ତାହାର ବ୍ଯବହାର ବିଷୟରେ ଅବଗତ କରାଯାଇଥିଲା । କାର୍ଯନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ ସ୍ବଚ୍ଛ ଚର୍ଚ୍ଚା ଦିବସ ପାଳନ କାର୍ଯ୍ୟକ୍ରମକୁ ସାନିଟେସନ୍ ଏକ୍ସପର୍ଟ ମୁନା ଗୌଡ ଓ ସୁପରଭାଇଜର ରାଜେନ୍ଦ୍ର ପ୍ରଧାନ ପରିଚାଳନା କରିଥିଲା ବେଳେ ଏଥିରେ ଏଫ୍ଏସ୍ଏମସି ପ୍ରକଳ୍ପ ପରିଚାଳକ ବିନୋଦ କୁମାର ସ୍ବାଇଁ ଯୋଗ ଦେଇ ସ୍ବଚ୍ଛତା ରକ୍ଷା ଉପରେ ଶିବିରାର୍ଥୀଙ୍କୁ ମାର୍ଗ ଦର୍ଶନ କରିଥିଲେ ।