ଖବର ଆଜିର
*ଖବର ଆଜିର*
ତାରିଖ ୨୩/୦୯/୨୦୨୩ ଶନିବାର ।
ମୋହାଲି ODI ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ମ୍ୟାଚରେ କେଏଲ ରାହୁଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରିଛି।
ଏଥି ସହିତ ପ୍ରଥମ ଦିନିକିଆ ମ୍ୟାଚ୍ ଜିତିବା ପରେ ଭାରତୀୟ ଦଳ ଆଇସିସି ODI ର଼୍ୟାଙ୍କିଙ୍ଗରେ ଶୀର୍ଷରେ ପହଞ୍ଚିଛି। ଟେଷ୍ଟ ଏବଂ ଟି -୨୦ ଫର୍ମାଟରେ ଭାରତୀୟ ଦଳ ଆଗରେ ରହିଥିଲା।
ସମ୍ବାଦ ଲୋନ୍ ଘୋଟଲା ଅଭିଯୋଗ ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ‘ସମ୍ବାଦ’ର ଏଚଆର ମ୍ୟାନେଜର ବୈଜୟନ୍ତୀ କର ।
ବସିଲା ବିଜେଡି ବିଧାୟକ ଦଳ ବୈଠକ: ସରକାରୀ ଦଳ ମୁଖ୍ୟ ସଚେତକ କହିଲେ, ବିକାଶ ହେଉଛି ପ୍ରମୁଖ ମୁଦ୍ଦା, ସବୁ ପ୍ରଶ୍ନର ଦିଆଯିବ ଜବାବ ।
ଏସୀୟ କ୍ରୀଡ଼ା : ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ପ୍ରବେଶ ଅନୁମତି ଦେଲାନାହିଁ ଚୀନ, ଭାରତର ବିରୋଧ।
ଲୋକସଭାରେ ବିଜେପି ସାଂସଦ ରମେଶ ବିଧୂରୀଙ୍କ ଅଶାଳନୀ ବ୍ୟବହାର । ବିରୋଧୀଙ୍କ ପ୍ରତିବାଦ ପରେ କ୍ଷମା ମାଗିଲେ ରାଜନାଥ ସିଂ ।
ଅକ୍ଟୋବର ପ୍ରଥମ ସପ୍ତାହର ବାତ୍ୟା ଆଶଙ୍କାକୁ ଖଣ୍ଡନ କଲା ଆଇଏମଡି । ଭୟଭୀତ ନହେବାକୁ କହିଲେ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ମହିଳା ବିଲ୍ ବିଳମ୍ବରେ ଲାଗୁ ହେବା ନେଇ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଳ । କହିଲେ, କେବେ ଲାଗୁ ହେବ ସ୍ପଷ୍ଟ କରିନାହାଁନ୍ତି ସରକାର । ।
ବଢ଼ିଲା NDA ଶକ୍ତି, ହାତ ମିଶାଇଲା JDS ।
ଓଡିଶା ବିଧାନସଭା – ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ।
ସନାତନ ଧର୍ମ ସମ୍ପର୍କରେ ବୟାନ ମାମଲାରେ ଉଦୟନିଧି ଷ୍ଟାଲିନ୍ ଏବଂ ଏ ରାଜାଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ।
ପ୍ରମିଳା ମଲ୍ଲିକ ହେଲେ ପ୍ରଥମ ମହିଳା ବାଚସ୍ପତି ।
ପ୍ରଥମ ଓଡ଼ିଆ ଡକ୍ୟୁମେଣ୍ଟାରୀ ଭାବେ ଦିଲ୍ଲୀରେ ଆୟୋଜିତ ଚତୁର୍ଥ ନଦୀ ଉତ୍ସବରେ ପ୍ରଦର୍ଶିତ ହେଲା “ମହାନଦୀ” ଚଳଚ୍ଚିତ୍ର ।
ଭୁବନେଶ୍ଵରରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ, ୯ ଦଫା ଦାବି ନେଇ ଆନ୍ଦୋଳନ ଆରମ୍ଭ।
ରହସ୍ୟ ଘେରରେ ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ସୁସ୍ମିତାଙ୍କର କାହିଁକି ଏବଂ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ସେନେଇ ଦ୍ୱନ୍ଦ୍ୱ ଜାରି ରହିଛି ।
୨୦୨୪ରେ ହେବାକୁ ଥିବା ଆଇସିସି ଟି୨୦ ବିଶ୍ବକପର କାର୍ଯ୍ୟସୂଚୀ ଘୋଷଣା ହୋଇଛି । ଏହି ବିଶ୍ବକପ୍ ଜୁନ୍ ୪ରୁ ଆରମ୍ଭ ହେବ। ସେହିପରି ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଜୁନ୍ ୨୦ତାରିଖରେ ଖେଳାଯିବ।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ।
ମୋଟୋ ଜିପି ରେସ୍ରେ ଦେଖା ଗଲା ଭାରତର ଭୁଲ ମାନଚିତ୍ର, କ୍ଷମାମାଗିଲେ ଆୟୋଜକ ।
ଚନ୍ଦ୍ରପୃଷ୍ଠରେ ନିଦରୁ ଉଠୁନି ଲ୍ୟାଣ୍ଡର୍ ଓ ରୋଭର୍; ଆକ୍ଟିଭ କରିବାକୁ ପ୍ରୟାସ ଜାରି ରଖିବ ଇସ୍ରୋ ।
ସିନେ ଦମ୍ପତ୍ତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ଆଜି ସମ୍ପୂର୍ଣ୍ଣ ଭାବେ ଭିନ୍ନ ମୋଡ଼ ନେଇଛି । କୋର୍ଟ ଲଢେଇରେ ଅନୁଭବଙ୍କୁ ଝଟକା ଲାଗିଛି । ଅଭିନେତା ତଥା ସାଂସଦ ଅନୁଭବ ଦାଖଲ କରିଥିବା ଛାଡପତ୍ର ପିଟିସନକୁ. କଟକ ଫାମିଲି କୋର୍ଟ ଖାରଜ କରିଦେଇଛନ୍ତି । ।
କ୍ରେଡିଟ୍ ସୁଇସ୍କୁ ପ୍ରତିମାସରେ ୧୦ ଲକ୍ଷ ଡଲାର ପୈଠ କରିବ ସ୍ପାଇସଜେଟ୍, ସୁପ୍ରିମକୋର୍ଟଙ୍କ ଆଦେଶ ।
ଓଟିପି ସେୟାର ମାମଲା : ଆସାମରୁ ଗିରଫ ହେଲା ପାକିସ୍ତାନକୁ ଓଟିପି ସେୟାର କରୁଥିବା ଯୁବକ ।
ସୁପ୍ରଭାତ ,ଶୁଭ ସକାଳ ।