August 23, 2026

ରାୟଗଡା ବନ ବିଭାଗ କୁ ମିଳିଲା ବଡ଼ ସଫଳତା—

IMG-20260823-WA0024
Share

 

 

ରାୟଗଡା(ରବି ରାଜ ବୈଦ୍ୟ)ରାୟଗଡା ବନ ବିଭାଗ କୁ ମିଳିଛି ବଡ଼ ସଫଳତା। ବନଖଣ୍ଡ ଅଧିକାରୀ ରାୟଗଡାଙ୍କ ନିର୍ଦ୍ଧେଶ କ୍ରମେ ଶ୍ରୀ ଅନିଲ କୁମାର ପାଣିଗ୍ରାହୀ ବନାଞ୍ଚଳ ଅଧିକାରୀ ରାୟଗଡ଼ଙ୍କ ନେତୃତ୍ୟରେ ରାୟଗଡ଼ ବନାଞ୍ଚଳର ସମସ୍ତ ବନ କର୍ମଚାରୀ କୋମତାଲପେଟା ସେକ୍ସନ ଅଧିନସ୍ଥ ଡୋକୁଲୁଗୁଡା ଗ୍ରାମରେ ବେଆଇନ ଭାବରେ ଗଚ୍ଛିତ ରଖାଯାଇଥିବା କାଠ ବିଷୟରେ ଗୁପ୍ତ ଖବର ପାଇ ତଦନ୍ତ କରି କିଛି ଘରେ ଚଢାଉ କରିଥିଲେ। ଏହି ଚଢାଉରେ ଡୋକୁଲୁଗୁଡା ଗ୍ରାମର କେ ଶ୍ରୀନିବାସ,ଗୌରୀ ଶଙ୍କର

ଚିକାଟୀ ଓ ବିବେକ ରାଓ

କାଲାଗାରା ଙ୍କ ଘରେ ଚଢାଉ କରଯାଇଥିଲା।ଏହି ଚଢାଉରେ କେ.ଶ୍ରୀନିବାସ ଙ୍କ ଘରେ ବେଆଇନ ଭାବେ ରଖାଯାଇଥିବା ୬୭ ଗୋଟି ଶାଳ ସାଇଜ, ଗୌରୀ ଶଙ୍କର ଚିକାଟୀଙ୍କ ଘରେ ୬୬ ଗୋଟି ଶାଳ ସାଇଜ ଓ ପଟା ଓ ବିବେକ ରାଓ କାଲାଗାରା ଙ୍କ ଘରେ ୫୬ ଗୋଟି ଶାଳ, ପିଆଶାଳ ଓ ଶାଗୁଆନ ସାଇଜ ଜବତ କରଯାଇଥିଲା। ସେମାନେ କୌଣସି ବିଭାଗୀୟ କାଗଜ ଦେଖାଇ ପାରିନଥିଲେ ଓ ସେମାନେ ସ୍ଵୀକାର କରିଲେ ଯେ ସେମାନେ ବେଆଇନ ଭାବେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ଗଛ କାଟି ଆଣିଥିଲେ। ଉପରୋକ୍ତ ଅପରାଧ ସକାଶେ ସେମାନଙ୍କୁ ଶ୍ରୀ ଅନନ୍ତ ହେମ ଚରଣ ବେହେରା,ବନପାଳ, କୋମତାଲପେଟା ଗିରଫ କରିଥିଲେ ଓ କାଠ ଗୁଡିକୁ ଜବତ କରିଥିଲେ।ଏହି ଜବତ କାଠର ଆନୁମାନିକ ବଜାରର ମୂଲ୍ୟ ତିନି ଟଙ୍କା ହେବ।ଏହି ଚଢାଉରେ ରାୟଗଡ଼ ସେକ୍ସନ ର ବନପାଳ ଶ୍ରୀ ଗୌରୀ ଶଙ୍କର ସାହୁ,ଶ୍ରୀମତୀ ପଦ୍ମାବତୀ ପାଢୀ, ବନପାଳ ଓ ରାୟଗଡ଼ ବନାଞ୍ଚଳ ର ଅନ୍ୟ କର୍ମଚାରୀ ମାନେ ଯୋଗଦାନ କରିଥିଲେ।