November 15, 2024

ଶିକ୍ଷକଙ୍କ ମାଡ଼ରେ ବହୁ ଛାତ୍ରୀ ଲହୁଲୁହାଣ ..

Share

 

ବେଲଗୁଣ୍ଠା, 23/08, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା ପଂଚାୟତର ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନାରାୟଣ ଗୌଡ଼ଙ୍କ ମାଡ଼ରେ ନବମ ଶ୍ରେଣୀର ବହୁ ଛାତ୍ରୀ ଲହୁଲୁହାଣ ହୋଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ ମାନଙ୍କର ଅଭିଭାବକ I ଅଭିଭାବକଙ୍କ ଅଭିଯୋଗ ପ୍ରକାରେ ଶିକ୍ଷକ ଜଣଙ୍କ ଛାତ୍ରୀ ମାନଙ୍କୁ କିଛି ଖାତା ଶନିବାର ଦିନ ଆଣିବାକୁ କହିଥିଲେ ମଧ୍ୟ ଗୁରୁବାର ଦିନ ଛାତ୍ରୀ ମାନଙ୍କର ଖାତା ଯାଞ୍ଚ୍ କରିଥିଲେ I କିନ୍ତୁ ଛାତ୍ରୀ ମାନଙ୍କୁ ଶନିବାର ଦିନ ଖାତା ଆଣିବାକୁ କୁହାଯାଇଥିବାରୁ ଶ୍ରେଣୀର ତିନିଟି ପିଲାଙ୍କୁ ଛାଡିଦେଲେ ଆଉ 36 ଜଣ ଛାତ୍ରୀ ଖାତା ଆଣି ନଥିବାରୁ ଶିକ୍ଷକ ଜଣଙ୍କ ରାଗିଯାଇ ସମସ୍ତ 36 ଜଣ ଛାତ୍ରୀଙ୍କୁ ନିର୍ଧୂମ ପିଟି ଥିଲେ I ଫଳରେ ବହୁ ଛାତ୍ରୀଙ୍କ ହାତ ଫାଟି ରକ୍ତ ବୋହିଥିଲା I ପରେ ବିଦ୍ୟାଳୟର କିଛି ଶିକ୍ଷକ କର୍ମଚାରୀ ଛାତ୍ରୀ ମାନଙ୍କ ମାଡ଼ ହୋଇଥିବା ସ୍ଥାନରେ ଔଷଧ ଲଗାଇଥିଲେ I

ତେବେ ବିଦ୍ୟାଳୟରେ ମାଡ଼ ହୋଇଥିବା ନେଇ ଘର ଲୋକଂକୁ କହିଲେ ସେମାନଙ୍କୁ ଟିସି ଦେଇ ବିଦ୍ୟାଳୟରୁ ବାହାର କରିଦେବାକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଣଙ୍କ ଆହତ ଛାତ୍ରୀ ମାନଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ ମାନେ I ଛାତ୍ରୀଙ୍କୁ ମାଡ଼ ମରାଯାଇଥିବା ସମ୍ପର୍କରେ ଜଣେ ଅଭିଭାବକ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବି ନାରାୟଣ ଗୌଡ଼ଙ୍କୁ ଫୋନ୍ ଯୋଗେ ପଚାରିବାରୁ ସେ ଛାତ୍ରୀ ମାନଙ୍କୁ ମାଡ ମାରିଥିବା ସ୍ୱୀକାର କରିଛନ୍ତି ବୋଲି ଅଭିବାବକ ଜଣକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି I ତେବେ ବିଦ୍ୟାଳୟକୁ ସରକାର ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଥିବା ବେଳେ ଛାତ୍ରୀ ମାନଙ୍କୁ ମା଼ଡ଼ ମାରିବା ପାଇଁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ କିଏ ଅଧିକାର ଦେଲା ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି I ଏନେଇ ଆଜି ଅଭିଭାବକ ମାନେ ବିଦ୍ୟାଳୟକୁ ଆସିଥିଲେ ମଧ୍ୟ ଶିକ୍ଷକ ରବିନାରାୟଣ ଗୌଡ଼ ଜଣେ କନିଷ୍ଠ ଶିକ୍ଷକଙ୍କୁ ଚାର୍ଜ ଦେଇ ଛୁଟିରେ ଚାଲିଯାଇଛନ୍ତି । ଏନେଇ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସେ ଏନେଇ କିଛି ଜାଣି ନଥିବା କହିଛନ୍ତି I ଘଟଣା ସମ୍ପର୍କରେ ସେ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି ।ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ