ଅତାବିରା ସମନ୍ୱିତ ପ୍ରାଥମିକ ଶିକ୍ଷକ ସଂଘର ପ୍ରସ୍ତୁତି ବୈଠକ
ସୁରେନ୍ଦ୍ର କଠାର,ବରଗଡ
ଅଦ୍ୟ ତା ୨୩-୦୭-୨୦୨୫ ରିଖ ଅପରାହ୍ନ ଚାରିଟା ରେ ଅତାବିରା ଶିକ୍ଷକ ଭବନ ଠାରେ ଅତାବିରା ସମନ୍ୱିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରଶ୍ମିରଞ୍ଜନ ସାହୁ ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘର ସମସ୍ତ କର୍ମକର୍ତ୍ତା ଙ୍କ ସମେତ ଅତାବିରା ବ୍ଳକ୍ ଅନ୍ତର୍ଗତ ସମସ୍ତ କ୍ଲଷ୍ଟରର ଚାରିଜଣ ଲେଖାଏଁ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତିନିଧି ଯୋଗଦାନ କରିଥିଲେ । ବୈଠକରେ ଚଳିତ ବର୍ଷ ବ୍ଲକ୍ ସ୍ତରୀୟ ଗୁରୁଦିବସ ପାଳନ ର ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ପାଇଁ ଆଲୋଚନା ହୋଇଥିଲା । ସୁବର୍ଣ୍ଣ ଜୟନ୍ତୀ ମହା ଆଡ଼ମ୍ବରରେ ପାଳନ କରିବା ପାଇଁ ସମସ୍ତେ ମତ ପ୍ରକାଶ କରିଥିଲେ । ଏହା ସହ ରାଜ୍ୟ ସରକାରଙ୍କ ଦ୍ଵାରା ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ପ୍ରତି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀଙ୍କ ଅନଲାଇନ୍ ଉପସ୍ଥାନ ୟୁନିଫାଏଡ ଅଟୋମେଶନ ସିଷ୍ଟମ ପୋର୍ଟାଲରେ ଦେବାକୁ ପଡ଼ିବ । କିନ୍ତୁ କୌଣସି ଭିତ୍ତିଭୂମି ନ ଥାଇ ଏହି ନିର୍ଦ୍ଦେଶ ଦିଆଯାଇ ଥିବାରୁ ଏହାକୁ ସମସ୍ତେ ତୀବ୍ର ଭାବେ ବିରୋଧ କରି ଆଗାମୀ ଦିନରେ ଏକ ରାଲି ମାଧ୍ୟମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦାବି ପତ୍ର ଦେବାପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ବୈଠକରେ ସଂଘର ସମ୍ପାଦକ ବିରେନ୍ଦ୍ର କୁମାର ,ସହ ସମ୍ପାଦକ ଲୋକନାଥ ମହାନନ୍ଦ, କୋଷାଧ୍ୟକ୍ଷ ରବି ପ୍ରଧାନ ଏବଂ ଉପଦେଷ୍ଟା ମଣ୍ଡଳୀ ର ସଦସ୍ୟ ମନୋରଞ୍ଜନ ମିଶ୍ର ,ସନ୍ତୋଷ କର, ବେଣୁଧର ମିଶ୍ର ଏବଂ ଭୋଲାନାଥ ପ୍ରଧାନ ମଞ୍ଚାସିନ ଥିଲେ । ଶେଷରେ ଶିକ୍ଷକ ନନ୍ଦିଘୋଷ ଭୁଏ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଅର୍ଜୁନ ଚନ୍ଦ୍ର ପରିଡ଼ା, ଧରମ ନାଏକ,କେଶବ ଛନ୍ଦ, ନୃପ ଭୋଇ ,ଋଷୁଭ ମେହେର ପ୍ରମୁଖ ସହଯୋଗ କରିଥିଲେ ।
