April 24, 2026

ବୀରମହାରାଜପୁର ପୋଲିସ ଦ୍ୱାରା ଦୁଇ ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ..

IMG-20250722-WA0066
Share

 

( ଦେବାଶିଷ ଦାଶ କ୍କ ରିପୋର୍ଟ )

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଜଟେସିଂହା ହରିହର ଜୋର ନିଲାମ ବାଲିଘାଟ ରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବା ଦୁଇ ଟ୍ରାକ୍ଟରକୁ ବୀରମହାରାଜପୁର ପୋଲିସ ଜବତ କରିବା ସହ ଥାନାରେ ଅଟକ ରଖିଥିବା ଜଣାଯାଇଛି। ଉକ୍ତ ହରିହର ଜୋର ପୋଲ ପାଖରୁ ବାଲି ଉଠାଇବା ପାଇଁ କଟକଣା ଜାରି କରାଯାଇଥିବା ସତ୍ତ୍ୱେ ମଧ୍ୟ ବେଳେ ବେଳେ ବହୁ ଟ୍ରାକ୍ଟର ଦିନ ଦ୍ବିପହରରେ ଖୁଲମ୍ ଖୁଲା ବେଆଇନ ଭାବେ ବାଲି ଚୋରାଚାଲାଣ କରୁଥିବା ବାରମ୍ବାର ଅଭିଯୋଗ ହୋଇଥିଲା। ହେଲେ ଜିଲ୍ଲା ଖଣି ଅଧିକାରୀ କୌଣସି ସୂତ୍ରରୁ ଖବର ପାଇ ଆଜି ସକାଳୁ ଦୁଇଟି ଟ୍ରାକ୍ଟର କୁ ଧରିବାକୁ ସକ୍ଷମ ହୋଇଥିବା ଜଣାପଡିଛି। ଫଳରେ ନିଲାମ ହୋଇଥିବା ବାଲି ଘାଟରୁ ବାରମ୍ବାର କୃଷ୍ଣପାଲି ଓ ଜଟେସିଂହା ହରିହର ଜୋର ଘାଟରୁ ବାଲି ଚୋରି ହେଉଥିବା କୁ ନେଇ ଅନେକ ଥର ପ୍ରଶାସନକୁ ଜଣାଇବା ସତ୍ତ୍ୱେ ମଧ୍ୟ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା। ଯାହା ଫଳରେ ବାଲିଘାଟ ଠିକା ନେଇଥିବା ଠିକାଦାର ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲା ଖଣି ଅଧିକାରୀ ଚୋର ବାଲି ଲୋଡ ହେଇଥିବା ଦୁଇଗୋଟି ଟ୍ରାକ୍ଟର କୁ ଜବତ କରି ବୀରମହାରପୁର ପୋଲିସ ହେପାଜତରେ ରକହିଛନ୍ତି।‌ ଆହୁରି କେତେକ ଟ୍ରାକ୍ଟର ଗୁଡ଼ିକ ଆଗୁଆ ଖବର ପାଇ ଫେରାର ହେବାରେ ସକ୍ଷମ ହୋଇଥିଲେ।