May 15, 2026

ଜଳମଗ୍ନ ପ୍ରଶାସନର ଦ୍ବାରସ୍ଥ ହେଲେ ଜମିଚାଷୀ…

IMG-20240723-WA0023
Share

 

କୋରାପୁଟ( ହରିଶ ପଟ୍ଟନାୟକ)କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳ ର ଗୀର୍ଲ୍ଲା ଓ ଗୁମୁଡା ପଞ୍ଚାୟତ ର ଚାଷୀ ତାଙ୍କ ଜମି ଗୁଡ଼ିକ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି।କୌଣସି ଚାଷ କାର୍ଯ୍ୟ ହୋଇପାରୁନାହିଁ।କାରଣ ଦମୟନ୍ତୀ ସାଗର ଉପର ମୁଣ୍ଡରେ ଏକ ବିରାଟ ମାଟି ବନ୍ଧ ନିର୍ମାଣ କରାଯାଇଛି ତେଣୁ ଜଳ ନିଷ୍କାସନ ହେଉନାହିଁ।ଏହି ସମସ୍ୟା ର ସମାଧାନ ପାଇଁ ଚାଷୀ ବାରମ୍ବାର ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଅବଗତ କରାଇଲେ କିନ୍ତୁ କୌଣସି ପଦକ୍ଷେପ କେହି ନ ନେବାରୁ ସୋମବାର ଅଭିଯୋଗ ଶୁଣାଣି ଶିବିରରେ

ଜିଲ୍ଲାପାଳ ଙ୍କୁ ଲିଖିତ ଜଣାଇଲେ। ଜିଲ୍ଲାପାଳ ତୁରନ୍ତ ଏହାର ତଦନ୍ତ କରି ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିବା ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି କୃଷକ ସମାଜ ଉପ ସଭାପତି ଶ୍ରୀ ନୀଳକଣ୍ଠ ପୂଜାରୀ।ଜୟପୁର ଉପ ଜିଲ୍ଲାପାଳଙ୍କ କାର୍ଯାଳୟ ରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିର ରେ

ଶ୍ରୀ ପୂଜାରୀ ଙ୍କ ସହ ଗିରିଧର ମହୁରିଆ,ହରି ମାଝୀ,ଘାସିରାମ ହରିଜନ, ଗଙ୍ଗାଧର ମାଝୀ, ଭାଗିରଥୀ ହରିଜନ ଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି।ତେବେ କାହା ସ୍ୱାର୍ଥ ପାଇଁ ଦମୟନ୍ତୀ ସାଗର ପୁନଃ ଉଦ୍ଧାର କାର୍ଯ୍ୟ ୧୬ କୋଟି ୭୨ଲକ୍ଷ ୫୬ହଜାର ଟଙ୍କାର ଅଟକଳରେ ନିର୍ମାଣ ହେବ ବୋଲି ଅଞ୍ଚଳରେ ଚର୍ଚ୍ଚା ଯୋର ଧରିବାରେ ଲାଗିଥିବା ବେଳେ ଅନ୍ୟ ପକ୍ଷରେ ସମସ୍ୟା ର ତୁରନ୍ତ ସମାଧାନ ନ ହେଲେ ଚାଷୀ ରାଜ ରାସ୍ତାକୁ ଓହ୍ଲେଇ ବେ ବୋଲି

ଗଣମାଧ୍ୟମ କୁ ସୂଚନା ଦେଇ ଥିବା ଜଣାଯାଇଛି।